ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ମଝିରେ ବିନା ଲାଇସେନ୍ସ ରେ ବେଧଡକ ଚାଲିଥିଲା ଦୋକାନ। ନିର୍ଭୟରେ ଦୀର୍ଘ ବର୍ଷ ଧରି ଚାଲିଥିଲା ବେଆଇନ ଔଷଧ କାରବାର। ସବୁ ପ୍ରକାର ମେଡିସିନ, ଏଲୋପ୍ୟାଥି , ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ବିକ୍ରି କରାଯାଉଥିଲା। ଖୋର୍ଦ୍ଧା ଓ ଭୁବନେଶ୍ୱରର ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଚଢାଇ କରିବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ବହୁ ମେଡିସିନ ଜବତ କରାଯାଇଛି। ଔଷଧ ଦୋକାନୀଙ୍କ ଘରେ ବି ରେଡ୍ କରାଯାଇଛି। ଏହି ଘଟଣାରେ ମାମଲା ରୁଜୁ ହେବ, କୋଉଠୁ ଔଷଧ ଆସୁଛି, କିଏ ଦେଉଛି ତାର ମଧ୍ୟ ଯାଞ୍ଚ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର କହିଛନ୍ତି। ବାଣପୁର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ବାଣପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ୩ ଜଣ ଡ୍ରଗ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଚଢ଼ାଉ କରିଥିଲେ।

