ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିକଟରୁ ଶପଥ କରି ଚାଷୀଙ୍କ ସପକ୍ଷରେ ଏହି ଆନ୍ଦୋଳନ ଆରମ୍ଭ କରିଛି ବିଜେଡି। ଏହାର ନେତୃତ୍ୱ ନେଉଛନ୍ତି ବିଜେଡ଼ି ବିଧାୟକ ସୁଦର୍ଶନ ହରିପାଲ। ଚାଷୀଙ୍କ ଧାନ କିଣାଯାଉଛି। ଲାଗି ରହିଛି ଟୋକନ ଟେନସନ। କଟନୀ ଛଟନୀ ବି ଚାଲିଛି। ଯେତେ ଯାହା କଲେ ମଧ୍ୟ ଚାଷୀଙ୍କ କଥା ଶୁଣୁ ନାହାନ୍ତି । ବଦଳରେ ମନ୍ତ୍ରୀମାନେ ନାନା ବିବାଦୀୟ ମନ୍ତବ୍ୟ ଦେଇ ଅନ୍ନାଦାତାଙ୍କୁ ଅପମାନ ଦେଉଛନ୍ତି। ଏସବୁ ପ୍ରତିବାଦରେ ସମ୍ବଲପୁରରେ ଗର୍ଜିଛି ବିଜେଡି। ଏହା ସହିତ ସମ୍ବଲପୁରରେ କଳକାରଖାନା ବଢ଼ି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ ନାହିଁ ତାର ମଧ୍ୟ ପ୍ରତିବାଦ କରିଛି ବିଜେଡି ।

