spot_img

Latest Posts

ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଆମ୍ବୁଲାନ୍ସ ପାର୍କ ଏବେ ଜରାଜୀର୍ଣ୍ଣ

ଯାଜପୁର  : ସରକାର କା ମାଲ୍ ଦରିଆ ମେ ଡାଲ । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଆମ୍ବୁଲାନ୍ସ ପାର୍କ ଏବେ ଜରାଜୀର୍ଣ୍ଣ । ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ । ସତ୍ତା ହରାଇବାକୁ ବସିଛି ଯାଜପୁର ସନ୍ତରା ସଂସ୍କୃତି ଭବନ ପରିସରରେ ନିର୍ମିତ ଆମ୍ବୁଲାନ୍ସ ପାର୍କ । ପିଲାଙ୍କ ଖେଳକୁଦ ଓ ମଉଜ ପାଇଁ ଗତ ୨୦୨୩ରେ ଆମ୍ବୁଲାନ୍ସ ପାର୍କ ନିର୍ମାଣ ଆରମ୍ଭ ହୋଇ ୨୦୨୪ରେ ଏହାକୁ ଉଦଘାଟନ କରାଯାଇଥିଲା। ଏହି ପାର୍କ ମଧ୍ୟରେ ପିଲାମାନଙ୍କ ଆମୋଦ ପ୍ରମୋଦ ପାଇଁ ୧୪ଟି ପୁରୁଣା ଆମ୍ବୁଲାନ୍ସ ରଖାଯାଇଥିଲା। ଆମ୍ବୁଲାନ୍ସ ଭିତରେ ଚେୟାର-ଟେବୁଲ ଓ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ଉପକରଣ ଖଞ୍ଜା ଯାଇ କାଫେ ବ୍ୟବସ୍ଥା କରାଯାଇଥିଲା । ରୋଷେଇଶାଳ ଓ ଶୌଚାଳୟ ମଧ୍ୟ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି।

ପାର୍କରେ ଲାଗିଥିବା ଫୁଲଗଛ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଅନାବନା ଗଛରେ ଭରି ଗଲାଣି । ସୁସଜ୍ଜିତ ଆମ୍ବୁଲାନ୍ସ ଗୁଡ଼ିକ ଭାଙ୍ଗିଯାଇଥିବାବେଳେ ପିଲାଙ୍କ ପାଇଁ ଲାଗିଥିବା ଦୋଳି ଓ ଖେଳନା ଗାଡ଼ି ନଷ୍ଟ ହୋଇଯାଇଛି । ସରୀସୃପଙ୍କ ବାସସ୍ଥଳୀ ପାଲଟିଛି । ସେପଟେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ସହ ଆଲୋଚନା କରିଥିବା ସ୍ଥାନୀୟ ବିଧାୟକ କହିଛନ୍ତି । ଅନ୍ୟପଟେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ଏହି ଡ୍ରିମ୍ ପ୍ରୋଜେକ୍ଟଟି ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

Latest Posts

Don't Miss