spot_img

Latest Posts

ଦେଶରେ ଅରାଜକତା ରୋକିବାକୁ ଆନ୍ଦୋଳନର ଆବଶ୍ୟକତା ରହିଛି : ଅଖିଳେଶ ଯାଦବ

ଭୁବନେଶ୍ବର : ବିକଶିତ ଭାରତ ଗଠନ ପାଇଁ ଦେଶର ପ୍ରତିଟି ନାଗରିକଙ୍କ ପାଖରେ ସାମାଜିକ, ଆର୍ଥିକ ଓ ମାନସିକ ସ୍ଥିତି ସୃଦୃଢ଼ ହେଲେ ବିକଶିତ ଭାରତ ସ୍ବପ୍ନ ସାକାର ହେବ । ବର୍ତମାନ ଲୋକଙ୍କୁ ଦେଶରେ ସଠିକ୍ ଭାବେ ସ୍ବାସ୍ଥ୍ୟ ସେବା ମିଳୁ ନାହିଁ। ସରକାରୀ ମେଡ଼ିକାଲରେ ଜରୁରୀକାଳୀନ ସେବା ବି ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଦେଶରେ ମାତ୍ର ୩୦ ରୁ ୪୦ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିଛି ସ୍ବାସ୍ଥ୍ୟ ସେବା। ପିଏସି ଓ ସିଏସି ରେ ବି ରହିଛି ସମସ୍ୟା । ଗ୍ରାମାଞ୍ଚଳରେ ଲୋକଙ୍କୁ ଭଲ ଚିକିତ୍ସା ମିଳୁ ନାହିଁ।ଭାରତ ସରକାରଙ୍କ ଏମ୍ସ ରେ ୩୦ ପ୍ରତିଶତ ଡାକ୍ତର ନାହାଁନ୍ତି ତେଣୁ ସରକାର ସରକାର ମେଡିକାଲରେ ଡାକ୍ତର ପଦବୀ ପୂରଣ ସହ ଭିତିଭୂମିର ବିକାଶ କରିବା ଜରୁରୀ । ଡାକ୍ତର, ନର୍ସ, ଆଶାକର୍ମୀ ମାନଙ୍କୁ ସମ୍ମାନ ସହ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ହେବ । ହେଲଦି ଇଣ୍ଡିଆ ଗୋଟେ ସ୍ଲୋଗାନ୍ ନୁହେଁ ମିଶନ ହେବା ଦରକାର । ଆୟୁଷ୍ମାନ ଭାରତ ଭଳି କାର୍ଡ ନଦେଇ ଭାରତ ସରକାର ଦେୟମୁକ୍ତ ଚିକିତ୍ସା ଓ ମେଡ଼ିସିନ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଅଖିଳେଶ ଯାଦବ।
ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି । ଇଡି ଓ ସିବିଆଇ ତଦନ୍ତ ଆଳରେ ଅନେକ ରାଜନେତା ଓ ବ୍ୟବସାୟୀଙ୍କୁ ଧମକ ମିଳୁଛି । ଦେଶରେ ଭୋଟ ଜାଲିଆତି କରାଯାଉଛି । ଏହା ବିରୋଧରେ ସମାଜବାଦୀ ପାର୍ଟି ସୁପ୍ରିମକୋର୍ଟ ଯିବ । ଦେଶରେ ଚାଷୀ କାନ୍ଦୁଛି। ଓଡ଼ିଶାରେ ମଣ୍ଡି ବ୍ୟବସ୍ଥା ସୁଦୃଢ଼ ନାହିଁ। ଧାନ କିଣିବାରେ ବିଫଳ ହୋଇଛି ବିଜେପି ସରକାର। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଲିଙ୍ଗରାଜ ମନ୍ଦିର ଓ ପୁରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ସୁନ୍ଦର ଭାବରେ ନିର୍ମାଣ କରାଯାଇଛି। ଦେଶର ଐତିହ୍ୟକୁ ନଷ୍ଟ କରୁଛି ବିଜେପି। ଓଡ଼ିଶାରେ PUCC ବାହାନାରେ ଲୋକଙ୍କୁ ଶୋଷଣ କରାଯାଉଛି । ଏବେ ଦେଶର ଆରାବଳି ଭଳି ପାହାଡ ଲୁଟ୍ ହେଉଛି । ଓଡ଼ିଶାରେ ବି ପାହାଡ ସୁରକ୍ଷିତ ରହିବ ନାହିଁ । ଓଡ଼ିଶାର ଲୋକ ଏବେ ପାହାଡ଼ ପର୍ବତ ନଦୀକୁ ଜଗନ୍ତୁ ନଚେତ୍ ସବୁ ଲୁଟ୍ ହେବ ।ଏନେଇ ବିଜେପି ସରକାରକୁ ହଟାଇବା ପାଇଁ ଆହ୍ବାନ ଦେଲେ ଅଖିଳେଶ ଯାଦବ। ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆନ୍ଦୋଳନର ଆବଶ୍ୟକତା ଥିବା କହିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

Latest Posts

Don't Miss