ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ଜବାନଙ୍କ ସହ ମୁହାଁ ମୁହିଁ ହୋଇଥିଲେ ମାଓବାଦୀ । ଏହି ଏନକାଉଣ୍ଟରରେ ଚାରି ଜଣ ମହିଳା ମାଓବାଦୀଙ୍କ ସହ ଦୁଇ ଜଣ ପୁରୁଷ ମାଓବାଦୀ ପ୍ରାଣ ହରାଇଛନ୍ତି । ପୁର୍ବରୁ ଏମାନଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ AK47 ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ରକେଟ ଲଞ୍ଚର, ଗ୍ରେନେଡ଼ ଓ ନଗଦ ଟଙ୍କା ମଧ୍ୟ ସୁରକ୍ଷା କର୍ମୀ ଜବତ କରିଥିବା ନେଇ ବିଜାପୁର ଏସପି ସୁଚନା ଦେଇଛନ୍ତି ।

