spot_img

Latest Posts

ଶୁକ୍ରବାର ମାଆ ସରସ୍ବତୀଙ୍କ ପୂଜା : ମୃଣମୟୀ ମୂର୍ତ୍ତି ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇଛି କଟକର କୁମ୍ଭାର ସାହି

କଟକ : ଶୁକ୍ରବାର ମାଆ ସରସ୍ବତୀଙ୍କ ପୂଜା । ବିଦ୍ୟାଦାତ୍ରୀଙ୍କ ଆଗମନ ପୂର୍ବରୁ ଧରାପୃଷ୍ଟରେ ଉତ୍ସାହ । ମୃଣମୟୀ ମୂର୍ତ୍ତି ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକର କୁମ୍ଭାର ସାହି । କାରିଗରମାନେ ନିଜ ହାତର କଳାକୃତି ମାଧ୍ୟମରେ ମାଆଙ୍କୁ ଜୀବନ୍ତ ରୂପ ଦେଉଛନ୍ତି । ଏହି କୁମ୍ଭାର ସାହିରୁ ପ୍ରସ୍ତୁତ ହେଉଥିବା ମାଆ ସରସ୍ୱତୀଙ୍କ ମୂର୍ତ୍ତି କଟକର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ୍ ମାନଙ୍କୁ ଯାଇଥାଏ । ମୂର୍ତ୍ତିର ଆକାର, ଡିଜାଇନ୍ ଓ ସଜାଣିରେ ଏବେ ନୂଆଛାପ ଦେଖିବାକୁ ମିଳୁଛି । ସହରର ବିଭିନ୍ନ ପ୍ରାନ୍ତରୁ ଗ୍ରାହକ ମାନେ ବହଣା ଦେଇ ନିଜ ମନ ପସନ୍ଦର ମୂର୍ତ୍ତି ଅର୍ଡର୍ ଦେଇଛନ୍ତି  । ପରିବର୍ତ୍ତନଶିଳ ଯୁଗରେ ମୂର୍ତ୍ତିକୁ ନେଇ ଉଚିତ୍ ଦାମ୍ ରହିଥିବା କଥା କହିଛନ୍ତି ଗ୍ରାହକ ।

ବାପା ଅଜା ଅମଳରୁ ନିଜ କୂଳ ବ୍ୟବସାୟକୁ ବଜାୟ ରଖିଛି କୁମ୍ଭକାରମାନେ ।  ଦେଢ଼ ଦୁଇ ମାସ ଆଗରୁ ଲାଗି ମାଆ ସରସ୍ୱତୀଙ୍କ ମୂର୍ତ୍ତି ଗଢ଼ିବାରେ ଲାଗିପଡିଛନ୍ତି ସମସ୍ତେ । ବର୍ତ୍ତମାନ ମୂର୍ତ୍ତି ତିଆରି କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାରିଗରମାନେ ଏଥର ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶାବାନ୍ଧି ବସିଛନ୍ତି । ଆଜି ପ୍ରଥମ ମୂର୍ତ୍ତି ବିକ୍ରି ହୋଇଥିବାରୁ ବ୍ୟବସାୟୀ ମାନେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ନଡ଼ିଆ ବାଡ଼େଇ ଶୁଭ ଅନୁକୂଳ କରିଛନ୍ତି ।

Latest Posts

Don't Miss