spot_img

Latest Posts

ଆଜି ଭାରତ-ନ୍ଯୁଜିଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା ; ରାୟପୁରରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା । ରାୟପୁରରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ସିରିଜର ପ୍ରଥମ ଟି-ଟ୍ବେଣ୍ଟି ଜିତିବା ପରେ ଟିମ୍ ଇଣ୍ଡିଆରେ ମନୋବଳ ବୃଦ୍ଧି ପାଇଛି । ଏହି ସିରିଜରେ ଭାରତ ନ୍ଯୁଜିଲାଣ୍ଡ ବିପକ୍ଷରେ ୫ଟି ଟି-ଟ୍ବେଣ୍ଟି ଖେଳିବ । ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ଯାଚରେ ଭାରତର ଓପନର ବ୍ଯାଟ୍ସମ୍ଯାନ ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ଯାଟିଂ ଯୋଗୁଁ ଦଳ ୪୮ ରନରେ କିୱି ଟିମକୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ଯାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ରଖିଥିଲା ୨୩୯ର ବିଶାଳ ବିଜୟ ଲକ୍ଷ୍ୟ । ତେବେ ନ୍ୟୁଜିଲାଣ୍ଡ ଲଢୁଆ ବ୍ଯାଟିଂ ସତ୍ତ୍ବେ ୪୮ ରନରେ ପରାସ୍ତ ହୋଇଥଇଲା । ପୂର୍ବରୁ ଏକଦିବସୀୟ ସିରିଜ କବଜା କରିସାରିଛି ଭ୍ରମଣକାରୀ ଦଳ । ଦଳର ବ୍ଯାଟ୍ସମ୍ଯାନମାନେ ବି ଫୁଲ ଫର୍ମରେ ଅଛନ୍ତି । ତେଣୁ ରାୟପୁରରେ ମ୍ଯାଚ ଜିତିବାକୁ କିୱି ଟିମ୍ ଭରପୂର ପ୍ରୟାସ କରିବ ।

Latest Posts

Don't Miss