spot_img

Latest Posts

ବିଦ୍ୟାଦାତ୍ରୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର

ଫୁଲବାଣୀ : ବିଦ୍ୟାଦାତ୍ରୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି ଟିକାବାଲି ଅଞ୍ଚଳରେ। ଗତକାଲି ସରସ୍ବତୀ ପୂଜା ଲାଗି ପରିବେଶ ଥିଲା ଉତ୍ସବମୁଖର। ହେଲେ ଟିକାବାଲିର ଏକ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗତକାଲି ଦିନ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି।

Latest Posts

Don't Miss