spot_img

Latest Posts

ବାଘ ସହ ମଣିଷର ଲଢେଇ : ମରିଗଲା ବାଘ, ମେଡିକାଲରେ ମଣିଷ..

ବଡମ୍ବା : ବାଘ ସହ ମଣିଷର ଲଢେଇ। ଶେଷରେ ଗଲା ବାଘର ପ୍ରାଣ। ଘଟଣା ଘଟିଛି ବଡ଼ମ୍ବା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ। ଏକ କଲରା ପତାରିଆ ବାଘ ସହ ଜଣେ ବ୍ୟକ୍ତି ଲଢେଇ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୁଭ୍ରାଂଶୁ ଭୋଳଙ୍କ ଜୟପୁର ଫାର୍ମରେ ଏକ କଲରାପତରିଆ ବାଘ ପଶିଥିଲା। ହଠାତ୍ ବାଘ ସହ ଶୁଭ୍ରାଂଶୁଙ୍କ ମୁହାଁମୁହିଁ ହୋଇଥିଲା। ତେବେ ଜୀବନ ବଞ୍ଚାଇବା ଲାଗି ଡରି ନଯାଇ ବାଘ ସହ ଲଢେଇ କରିଥିଲେ ଶୁଭ୍ରାଂଶୁ। ଶେଷରେ ଲଢେଇରେ ବାଘର ମୃତ୍ୟୁ ଘଟିଥିଲା। ଆହତ ଶୁଭ୍ରାଂଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କଲରାପତରିଆ ବାଘର ମୃତଦେହ ଜବତ କରିଛି ବନବିଭାଗ। ଏହା ସହ ଘଟଣାର ତଦନ୍ତ ଜାରି ରହିଛି।  ସେପଟେ ଶୁଭ୍ରାଂଶୁଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି। ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା ସରିବା ପରେ ଟ୍ରମା କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଦୁଇ ହାତ ଓ ମୁହଁରେ ଆଘାତ ଲାଗିଛି।

Latest Posts

Don't Miss