ନନ୍ଦିଘୋଷ ବ୍ୟୁରୋ ; ଚଳିତ ବଜେଟରେ ପ୍ରତିରକ୍ଷା ଲାଗି ବଢ଼ିଛି ବ୍ୟୟ ବରାଦ। ମୋଟ ପ୍ରତିରକ୍ଷା ବଜେଟ ପରିମାଣ ହୋଇଛି ୭.୮୫ ଲକ୍ଷ କୋଟି ଟଙ୍କା। ଗତ ୨୦୨୫-୨୬ରେ ପ୍ରତିରକ୍ଷା ବ୍ୟୟ ପରିମାଣ ୬.୮୧ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଏହା ପ୍ରାୟ ୧୫ ପ୍ରତିଶତ ବଢ଼ିଛି। ୨୦୨୦-୨୧ରେ ୩.୩୭ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ରେ ୫.୨୫ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୫.୯୪ ଲକ୍ଷ କୋଟି ଟଙ୍କା, ୨୦୨୪-୨୫ରେ ୬.୨୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।

