ନନ୍ଦିଘୋଷ ବ୍ୟୁରୋ ; ଆୟକର ପ୍ରସଙ୍ଗରେ ସରକାର ନୀରବ। ୨୦୨୬-୨୭ ବଜେଟରେ ଆୟକର ସମ୍ପର୍କରେ ହେଲାନି କୌଣସି ବଡ଼ ଘୋଷଣା। ତେବେ ITR-1 ଓ ITR-2 ଫର୍ମ କ୍ଷେତ୍ରରେ ଜୁଲାଇ ୩୧ ଯାଏ ବଢ଼ିଛି ରିଟର୍ଣ୍ଣ ଫାଇଲ। ଏହା ସହ ନନ-ଅଡିଟ ବିଜନେସ କେସ ଓ ଟ୍ରଷ୍ଟ କ୍ଷେତ୍ରରେ ରିଟର୍ଣ୍ଣ ଫାଇଲ ଅଗଷ୍ଟ ୩୧ ଯାଏ ବୃଦ୍ଧି ପାରଇଛି। ରିଆସେସମେଣ୍ଟ ପ୍ରୋସିଡିଂ ପରେ କରଦାତା ରିଟର୍ଣ୍ଣ ଅପଡେଟ କରିପାରିବେ। ନୋମିନାଲ ଫି ସହ ସଂଶୋଧିକ ଟାକ୍ସ ରିଟର୍ଣ୍ଣ ଲାଗି ଅଧିକ ସମୟ ପାଇବେ କରଦାତା। ଏହା ସହ ଆୟକର ଆଇନରେ ମାମଲା ପ୍ରକ୍ରିୟା ସରଳକୀକରଣ ହୋଇଛି। ମୋଟର ଯାନ ଦୁର୍ଘଟଣା ଟ୍ରିବ୍ୟୁନାଲ ଦ୍ବାରା ଧାର୍ଯ୍ୟ ସୁଧ ଉପରେ ଏଣିକି ଲାଗିବନି କର। ନାମମାତ୍ର ଦେୟ ପ୍ରଦାନ କରି ଟାକ୍ସ ରିଟର୍ଣ୍ଣକୁ ସଂଶୋଧନ କରିବା ଲାଗି ଅଧିକ ସମୟ ମିଳିବ। ଏନଆରଆଇଙ୍କ ଦ୍ବାରା ଅଚଳ ସମ୍ପତ୍ତିର ବିକ୍ରି ଉପରେ ଟିଡିଏସ ହ୍ରାସ କରାଯାଇଛି। କର୍ପୋରେଟ ଟାକ୍ସ ୧୫ ପ୍ରତିଶତରୁ ୧୪ ପ୍ରତିଶତକୁ ହ୍ରାସ ପାଇଛି।

