spot_img

Latest Posts

ଆଜି ମଧ୍ୟ ଲୋକସଭାରେ ହଙ୍ଗାମା, ୮ ସାଂସଦଙ୍କୁ ଗୃହରୁ ନିଲମ୍ଵନ କଲେ ବାଚସ୍ପତି

ନୂଆଦିଲ୍ଲୀ : ଆଜି ମଧ୍ୟ ଲୋକସଭାରେ ହଙ୍ଗାମା। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଭାଷଣ ବେଳେ ହଙ୍ଗାମା ହୋଇଥିଲା। ପୂର୍ବତନ ସ୍ଥଳ ସେନା ମୁଖ୍ୟ ଜେନେରାଲ ନରୱାଣେଙ୍କ ଏକ ବହିକୁ ରାହୁଲ ଗାନ୍ଧି ଉଦ୍ଧୃତ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶାସକ ଦଳ ଜୋରଦାର ବିରୋଧ କରିଥିଲେ। ଏହା ପରେ ବିରୋଧୀ ଦଳ ପକ୍ଷରୁ ବି ହଙ୍ଗାମା ହୋଇଥିଲା। ୮ ସାଂସଦଙ୍କୁ ବାଚସ୍ପତି ଗୃହରୁ ନିଲମ୍ଵନ କରିଛନ୍ତି। ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି, ତାଙ୍କୁ ଗୃହରେ କୁହାଇ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି। ଜେନେରାଲ ନରୱାଣେଙ୍କ ବହିରେ ୨୦୨୦ ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଘଟଣା ସ୍ଥାନ ପାଇଛି।

Latest Posts

Don't Miss