ନନ୍ଦିଘୋଷ ବ୍ୟୁରୋ : ନଇଁଲା ପାକିସ୍ତାନ। ଟି ଟ୍ଵେଣ୍ଟି ବିଶ୍ଵକପରେ ଭାରତ ସହିତ ମ୍ୟାଚ ଖେଳିବାକୁ ରାଜି ହୋଇଛି ପାକିସ୍ତାନ। ଆଇସିସି ଓ ପିସିବି ମଧ୍ୟରେ ଘନ ଘନ ବୈଠକ ପରେ ପାକିସ୍ତାନ ରାଜି ହୋଇଥିବା ଜଣାପଡ଼ିଛି। ଆସନ୍ତା ୧୫ ତାରିଖରେ କଲମ୍ଵୋରେ ଏହି ମ୍ୟାଚ ଅଛି। କିଛି ଦିନ ଆଗରୁ ସୋସିଆଲ ମିଡିଆରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବର୍ଜନ କରିବ। ଏହା ପରେ ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଆଇସିସିର ଧମକ ସତ୍ତ୍ଵେ ପାକିସ୍ତାନ ପ୍ରଥମେ ମାନୁନଥିଲ। ପରେ ସବୁ ଆଡ଼ୁ ଚାପ ପଡ଼ିବା ପରେ ନଇଁଛି ପାକିସ୍ତାନ। ଭାରତ ସହିତ ମ୍ୟାଚ ଖେଳିବାକୁ ରାଜି ହୋଇଛି। ଶ୍ରୀଲଙ୍କା ମଧ୍ୟ ଏଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

