spot_img

Latest Posts

କ୍ରାଇମ ସିନ ରିକ୍ରିଏସନ ବେଳେ ମର୍ଡରର ଡେମୋ ଦେଖାଇଲା ଅଭିଯୁକ୍ତ

ଭୁବନେଶ୍ୱର : କ୍ରାଇମ ସିନ ରିକ୍ରିଏସନ କରିଛି ଜହ୍ଲାଦ ଦିନେଶ । ସତ୍ୟବ୍ରତ ମର୍ଡର କେସରେ କ୍ରାଇମ ସ୍ପଟରେ ମୁଖ୍ୟ ଅଭିଯୁକ୍ତ । ରାଜ ସାକ୍ଷୀ ବନି ଖସିଗଲେ ପ୍ରେମିକା । ହତ୍ୟାକାରୀ ଦିନେଶ ନାୟକ । ରବିବାର ରାତିରେ ନିଳାଦ୍ରୀ ବିହାର ସେକ୍ଟର ୨ରେ ସତ୍ୟବ୍ରତଙ୍କୁ ଧାରୁଆ ଛୁରୀ ସାହାଯ୍ୟରେ ହତ୍ୟା କରିବା ପରେ ଜିଲ୍ଲା ବାହାରକୁ ଚମ୍ପଟ ମାରିଥିଲା । ଗତକାଲି ଜଗତସିଂହପୁରରୁ ଦିନେଶ ନାୟକକୁ ଧରିଥିଲା କମିଶନରେଟ ପୋଲିସ। ଦିନେଶ ମର୍ଡର ପରେ ବ୍ୟବହାର କରିଥିବା ଏକ ଧଳା ରଙ୍ଗର ମାରୁତି କାର ଜବତ କରିଛି ପୋଲିସ। ପୋଲିସ ଆଗରେ ଦିନେଶ ଦେଇଥିବା ବୟାନ ମୁତାବକ ଲିଜାଙ୍କୁ ସେ ଜୀବନ ଠାରୁ ଅଧିକ ଭଲ ପାଉଥିଲା । ଘଟଣା ଦିନ ରାତିରେ ସେ ଦୂରରେ ଥାଇ ଲିଜାଙ୍କୁ ବାରମ୍ବାର କଲ କରିଥିଲେ ମଧ୍ୟ ରିସିଭ କରିନଥିଲେ ଯୁବତୀ ଜଣଙ୍କ । ଯେଉଁଥିପାଇଁ ରାତିରେ ଘର ନିକଟକୁ ଆସିଥିଲା ଦିନେଶ । ଆଉ ଘରେ ପହଂଚିବା ପରେ ଲିଜାଙ୍କୁ ସେ ସତ୍ୟବ୍ରତ ଙ୍କ ସହ ରୁମ ଭିତରେ ଦେଖିବାକୁ ପାଇଥିଲା।
ନିଜ ପ୍ରେମିକାଙ୍କୁ ଆଉ ଜଣଙ୍କ ସହ ଦେଖି ରକ୍ତମୁଖା ହୋଇଯାଇଥିଲା ଅଭିଯୁକ୍ତ ଦିନେଶ । କିଛି ସମୟର ଧସ୍ତାଧସ୍ତି ପରେ ଧାରୁଆ ଛୁରୀରେ କାଟି ଦେଇଥିଲା ତଣ୍ଟି । ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ସତ୍ୟବ୍ରତଙ୍କ ହୋଇଥିଲା ମୃତ୍ୟୁ। ସେପଟେ ମୃତକ ଜଣଙ୍କ ବିବାହିତ ଥିବା ବେଳେ ଅଭିଯୁକ୍ତ ମଧ୍ୟ ବିବାହିତ। ଦୁଇ ବିବାହିତଙ୍କ ସହ ସମ୍ପର୍କରେ ରହୁଥିଲେ ଲିଜା । ଜଣଙ୍କ ଅନୁପସ୍ଥିତିରେ ଆଉ ଜଣଙ୍କ ସହ ରୁମ ସେୟାର କରୁଥିଲେ । ଯେଉଁଥିପାଇଁ ରାଜଧାନୀର ଛାତି ଉପରେ ପ୍ରେମ ଋତୁରେ ଘଟିଗଲା ଏଭଳି ଏକ ନାରକୀୟ କାଣ୍ଡ। ଲିଜା ବିରୋଧରେ ତଥ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡିଛି ପୋଲିସ। ଆବଶ୍ୟକସ୍ଥଳେ ତାଙ୍କୁ ରାଜ ସାକ୍ଷୀ ବନାଯିବ ବୋଲି କହିଛନ୍ତି ଜୋନ୍ ଏସିପି ।  ଟ୍ରାଇଙ୍ଗୁଲାର ଲଭ ଷ୍ଟୋରୀର ଦି’ ଏଣ୍ଡ ହୋଇଛି । ଜଣେ ପ୍ରାଣ ହରାଇଥିବା ବେଳେ ପାର୍ଲର ରେ କାମ କରୁଥିବା ଯୁବତୀ ପାଇଁ ଆଉ ଜଣଙ୍କ ହାତରେ ପଡିଛି ହାତକଡୀ ।

Latest Posts

Don't Miss