ନନ୍ଦିଘୋଷ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ। ଚାରି ଦିନିଆ ଭାରତ ଗସ୍ତରେ ଆସୁଥିବା ମାକ୍ରନଙ୍କ ଏହି ଗସ୍ତବେଳେ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ହେବ ଆଲୋଚନା। ହେଲିକପ୍ଟର ଓ ହାମର ଲକ୍ଷଭେଦୀ ମିସାଇଲ ନିର୍ମାଣ ନେଇ ଦୁଇ ଦେଶ ମଧ୍ଯରେ ଆଲୋଚନା ହେବ। ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ଭାରତ-ଫ୍ରାନ୍ସ ବାର୍ଷିକ ପ୍ରତିରକ୍ଷା ବୈଠକ। ଏଥିରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ କାଥେରିନି ଭାଉଟ୍ରିନ ଯୋଗଦେବେ। ଏହି ବୈଠକରେ ଭର୍ଚୁଆଲ ଭାବେ H125 ଲଢୁଆ ହେଲିକପ୍ଟରକୁ ଉନ୍ମୋଚନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାକ୍ରନଙ୍କ ମଧ୍ୟରେ ୧୧୪ଟି ରାଫେଲ ଲଢୁଆ ବିମାନ କ୍ରୟ ଚୁକ୍ତି ସମ୍ପର୍କରେ ବଡ଼ ଘୋଷଣା କରାଯିବ। ଗତ ସପ୍ତାହରେ ଫ୍ରାନ୍ସଠାରୁ ଭାରତ ୪୦ ବିଲିୟନ ଡଲାରର ରାଫେଲ ସମେତ ବିପୁଳ ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା।

