ଭୁବନେଶ୍ବର : ବିଶିଷ୍ଟ ଭୃଗୁ ଜ୍ଯୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । ମାତ୍ର ୫୧ ବର୍ଷ ବୟସରେ ଆଜି ସକାଳେ ହୃଦଘାତ ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ । ଭୁବନେଶ୍ବରରେ ଭୃଗୁ ଜ୍ଯୋତିଷର ପ୍ରଚାର ପ୍ରସାର କ୍ଷେତ୍ରରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଗତ ୧୮ ବର୍ଷ ଧରି ଭୁବନେଶ୍ବରରେ ଏସୀୟ ଜ୍ଯୋତିଷ ସମ୍ମିଳନୀ ଆୟୋଜନ କରିଆସୁଥିଲେ । ଭୃଗୁ କଲେଜ ଅଫ ଆଷ୍ଟ୍ରୋଲଜି ମଧ୍ୟ ପ୍ରତିଷ୍ଠା କରିଥିଲେ । ବିଭିନ୍ନ ଟିଭି ଓ ଖବରକାଗଜରେ ବାର୍ଷିକ ରାଶିଫଳ, ଗ୍ରହଚଳନ ଏବଂ ଅନ୍ୟାନ୍ୟ ପୌରାଣିକ ପ୍ରସଙ୍ଗରେ ସେ ଆଲୋଚନା କରି ସେ ବେଶ ଆଦୃତି ଲାଭ କରିଥିଲେ । ସ୍ବର୍ଗତ ଆଚାର୍ଯ୍ୟଙ୍କ ଘର କଟକ ଜିଲ୍ଲାର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ।

