ରତ୍ନଭଣ୍ଡାର ଗଣତି ମଣତି ପାଇଁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର SOP ଅନୁମୋଦନ କରିବେ। ଥରେ ଅନୁମୋଦନ ପରେ ଯେମିତି କୌଣସି ଅସୁବିଧା ନ ହେବ, ଠିକରେ ନିଖୁଣତାର ସହ ସବୁ କାମ ହେବ, ସେଥିପାଇଁ ସବୁ ପ୍ରକାର ଚେଷ୍ଟା ହେଉଛି। ଯଥା ଶୀଘ୍ର ଗଣତି ମଣତି ଅନୁଷ୍ଠିତ ହେବ। ୩ ମାସରେ ପୁରା ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରାଯିବ। ଚାବି ହଜିବା ରିପୋର୍ଟ ଉପରେ ତର୍ଜମା ଚାଲିଛି। ତା ଉପରେ ସରକାର ଖୁଵ ଶୀଘ୍ର ନିଷ୍ପତ୍ତି ନେବେ। SOP ର ଚୂଡାନ୍ତ ଅନୁମୋଦନ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆସିବ। ଗଣତି ମଣତି ପାଇଁ ତାରିଖ ପରିଚାଳନା କମିଟି ନିଷ୍ପତ୍ତି ନେବ। ତା ପରେ ଏକ୍ସପର୍ଟ ଟିମ୍ ଓ ଆରବିଆଇ ଅଧିକାରୀଙ୍କୁ ଯୋଗାଯୋଗ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଆଜି ଲୋକସେବା ଭବନରେ ରତ୍ନଭଣ୍ଡାର ଗଣତି ମଣତି ନେଇ ମୁଖ୍ଯମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ତା ପୂର୍ବରୁ ରତ୍ନଭଣ୍ଡାର ଗଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବୈଠକ ବସିଥିଲା।

