spot_img

Latest Posts

ମଣ୍ଡିରେ ଗଦା ହୋଇଛି ଧାନ: ବଲାଙ୍ଗୀର ଜିଲ୍ଲାରେ ଅନ୍ନଦାତାଙ୍କୁ ଅଣଦେଖା

ସରି ଆସିଲାଣି ଟାର୍ଗେଟ । ତଥାପି ମଣ୍ଡିରେ ଗଦା ହୋଇଛି ଧାନ । ପ୍ରଶାସନ ଓ ମିଲର୍ସଙ୍କ ସଲାସୁତରାରେ ଚାଲିଛି ଧାନକିଣା । ବଲାଙ୍ଗୀର ଜିଲ୍ଲାରେ ଅନ୍ନଦାତାଙ୍କୁ ଅଣଦେଖା । ତାତିଲା ଚାଷୀ ସଂଗଠନ । ଜିଲ୍ଲାର ସାଲେଭଟା ପାକ୍ସରେ ୩୫୦ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି  । ଏଠାରେ ୨୧ ହଜାର ୬୦୬ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଟାର୍ଗେଟ ମିଳିଥିଲା । ଟାର୍ଗେଟ ପୂରଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଏବେବି ୪ ହଜାର ୫ଶହ କୁଇଣ୍ଟାଲ ଧାନ ପଡ଼ି ରହିଛି । ସେମେଲମୁଣ୍ଡା ପାକ୍ସରେ ମଧ୍ୟ ସମାନ ଚିତ୍ର  । ନୂଆ ଟାର୍ଗେଟ ଆସି ନଥିବାରୁ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ନିଜର ଅସହାୟତା ପ୍ରକାଶ କରିଛନ୍ତି ପାକ୍ସ ସମ୍ପାଦକ ଓ ସଭାପତି । ମିଲର୍ସ ଗୋଦାମରେ ଟାର୍ଗେଟ ବାହାରେ ବେଆଇନ ଧାନ ମହଜୁଦ ରଖିଥିବାରୁ ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି ।

ଫେବୃଆରୀ ୧୫ ସୁଦ୍ଧା ପାଖାପାଖି ୯୫ ପ୍ରତିଶତ ଧାନ କିଣାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି  । ହେଲେ ଏବେବି ମଣ୍ଡିରେ ୫ ରୁ ୧୦ ଲକ୍ଷ କୁଇଣ୍ଟାଲ ଧାନ ପଡି ରହିଛି । ଜିଲ୍ଲାର ଏକ ଲକ୍ଷ, ୩ ହଜାର ୬୧୬ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଦୁଇ ହଜାରରୁ ଅଧିକ ସାଟେଲାଇଟ ସର୍ଭେ ପରେ ବାଦ ଦିଆଯାଇଛି । କିନ୍ତୁ ଟାର୍ଗେଟ ପୂରଣ ହୋଇ ସାରିଥିବା ବେଳେ ଏବେ ବାକି ଧାନ କିଏ କିଣିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ  । ଯଦି ସରକାର ବ୍ୟବସ୍ଥା ନକରନ୍ତି ତାହେଲେ ଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ  ।

Latest Posts

Don't Miss