ନନ୍ଦିଘୋଷ ବ୍ୟୁରୋ: ସଫଳ ହେଉଛି ପ୍ରୋଜେକ୍ଟ ଚିତା । କୁନୋ ଜାତୀୟ ପାର୍କରେ ଚିତା ବଂଶରେ ନିରନ୍ତର ବୃଦ୍ଧି ଘଟିବାରେ ଲାଗିଛି । ଆଜି ଚିତା ବଂଶରେ ଆଉ ତିନି ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନି ତିନୋଟି ଶାବକଙ୍କୁ ଜନ୍ମ ଦେଇଛି । ଏହାକୁ ମିଶାଇ ତିନି ବର୍ଷରେ ଏହା ନବମ ସଫଳ ପ୍ରସବ ବୋଲି କୁହାଯାଉଛି । କାରଣ ତିନି ବର୍ଷ ତଳେ ସିଓପୁର ଜିଲ୍ଲାରେ ଅବସ୍ଥିତ ଏହି କୁନୋ ଜାତୀୟ ପାର୍କକୁ ଚିତା ବାଘଙ୍କୁ ଅଣାଯାଇ ଚିତା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।
ଆଜି ଜନ୍ମ ହୋଇଥିବା ତିନି ଶାବକଙ୍କୁ ମିଶାଇ କୁନୋ ଜାତୀୟ ପାର୍କରେ ଚିତାଙ୍କ ସଂଖ୍ଯା ୩୮କୁ ବୃଦ୍ଧି ପାଇଛି । ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ବିଟ କରି ଜଣାଇବା ସହ ଆନନ୍ଦ ପ୍ରକାଶ କରିଛନ୍ତି ।

