spot_img

Latest Posts

ଯୋଗାଣ ମନ୍ତ୍ରୀ ବନାମ ବିଜେପି ବିଧାୟକ । କିଏ କହୁଛନ୍ତି ସତ ?…

ଭୁବନେଶ୍ୱର ; ଯୋଗାଣ ମନ୍ତ୍ରୀ ବନାମ ବିଜେପି ବିଧାୟକ ? କିଏ କହୁଛନ୍ତି ସତ ? ପୂର୍ବରୁ ୧୫୦ କୁଇଣ୍ଟାଲ ଧାନ କ୍ୟାପିଙ୍ଗ କଥା ଘୋଷଣା କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯାହାକୁ ନେଇ ଆଜି ଯାଏଁ ବିରୋଧ ଚାଲିଛି । ଗୃହ ଭିତରେ ଓ ବାହାରେ ଏ ନେଇ ପ୍ରତିବାଦ ହେଉଛି । ହେଲେ ଆଜି ଯୋଗାଣ ମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ନିଜ ଦଳର ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ସେ କହିଛନ୍ତି, କୌଣସି କ୍ୟାପିଙ୍ଗ ନାହିଁ । ୨୨୫ କୁଇଣ୍ଟାଲ ଯାଏଁ ଧାନ ଉଠିଲାଣି । ଚାଷୀ ବି ୩୧ଶହ ଟଙ୍କା ପାଇଲେଣି । ଏଥିରେ  କିଏ ସତ କହୁଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଜେପି ବିଧାୟକ କହିଲେ, ମନ୍ତ୍ରୀ କଣ କହିଛନ୍ତି ମୁଁ ଜାଣିନି । ହେଲେ ଆଜି ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣା ପଡିଲା ଯେ କ୍ୟାପିଙ୍ଗ ଉଠିନି । ବିଜେଡି ପ୍ରଶ୍ନ କରିଛି ଯେ ବିଧାୟକ କଣ ମନ୍ତ୍ରୀଙ୍କ ପକ୍ଷରୁ କହୁଛନ୍ତି କି ? କ୍ୟାପିଙ୍ଗ ହଟିଥିଲେ, ବିଜ୍ଞପ୍ତି ପ୍ରକାଶ କରି ଘୋଷଣା କରନ୍ତୁ ବୋଲି ଦାବି ହୋଇଛି । ଏଠି ସରକାରଙ୍କ ବାମ ହାତ କଣ କରୁଛି, ତାକୁ ଡାହାଣ ହାତ ଜାଣି ପାରୁନି କେମିତି ?

ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସହାୟତା ଦେଉଥିବାରୁ ବାହା ବାହା ନେଉଛନ୍ତି ସରକାର । ହେଲେ ଏହା ଯେ ପାଳନ ହୋଇନି, ତାକୁ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉତ୍ତର ପ୍ରମାଣିତ କରିଛି । ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସବସିଡି ମିଳୁନି । ଏହି ହିସାବ ଗୃହରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ର ୨୩୬୯ ଟଙ୍କାରେ ଧାନ କିଣୁଛି । ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଯାହା ସ୍ପଷ୍ଟ କରୁଛି ଯେ, ରାଜ୍ୟ ସରକାର ୮ଶହ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮ଶହ ଟଙ୍କା ଦେଇଥାନ୍ତେ, ତେବେ ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଚାଷୀ ଅତିରିକ୍ତ ୬୯ ଟଙ୍କା ପାଇଥାନ୍ତେ । ବିଜେପିର ନିର୍ବାଚନ ପ୍ରତିଶୃତିରେ ୩୧ ଶହ ଟଙ୍କାରେ ଧାନ କିଣିବା କଥା ଥିଲା । ସେ ସମୟରେ କେନ୍ଦ୍ର ୨୩ ଶହ ଟଙ୍କା ଏମଏସପି ଦେଉଥିଲା । ବାକି ୮୦୦ ଟଙ୍କାରେ ବିଜେପି ମାରିଥିଲା କ୍ୟାବିନେଟ ମୋହର । ବିନା ସଂଶୋଧନରେ କିପରି କ୍ୟାବିନେଟ ନିଷ୍ପତ୍ତି ବଦଳିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କାରଣ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି । ଚାଷୀଙ୍କୁ ନେଇ ସବୁବେଳେ ମିଛ କୁହାଯାଉଥିବାରୁ ସରକାରଙ୍କ ଚାଷୀ ବିରୋଧୀ ମାନସିକତାକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ।

ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କଲେ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ଆସିଛି ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ । ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଟନ ଧାନ କିଣା ହୋଇଥିବା ବେଳେ ୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡିରହିଛି । ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଧାନ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି ସହ ଏମଏସପି ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି । ତେବେ ଏହି ଇନପୁଟ ସବସିଡିର ଅସଲ ହିସାବରେ ୬୯ ଟଙ୍କାର ଭୂମିକାକୁ ନେଇ ସନ୍ଦେହ ଉପୁଜିଛି ।

Latest Posts

Don't Miss