spot_img

Latest Posts

ରାଜଧାନୀର ରଙ୍ଗିନ ରାତିରେ ରେଭ୍ ପାର୍ଟି: ପ୍ରାଇଭେଟ ପାର୍ଟିରେ ଉଡୁଛି ଲକ୍ଷାଧିକ ଟଙ୍କା

ରାଜଧାନୀର ରଙ୍ଗିନ ରାତିରେ ରେଭ୍ ପାର୍ଟି । ପ୍ରାଇଭେଟ ପାର୍ଟିରେ ଉଡୁଛି ଲକ୍ଷାଧିକ ଟଙ୍କା । ଅବକାରୀ ବିଭାଗର ନିୟମକୁ ବାର ମାଲିକଙ୍କ ଆଖି ଠାର । ନିଶାସକ୍ତଙ୍କୁ ସାବାଡ଼ ପାଇଁ ଆରମ୍ଭ ହେଲା ବଡ଼ି କ୍ୟାମେରା ବ୍ୟବହାର । ରାତି ବଢ଼ିଲେ ରାଜଧାନୀରେ ତାତି ବଢୁଛି । ଶୀତୁଆ ରାତିକୁ ଗରମ କରୁଛି ନିଶା ସାଙ୍ଗକୁ ଯୌନ ଉଦ୍ଦୀପକ ନୃତ୍ୟ । ବାର ଗାର୍ଲଙ୍କ ଉପରେ ଉଡ଼ାଯାଉଛି ଲକ୍ଷାଧିକ ଟଙ୍କା । କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଥିବା ଏହି ବାରର ଦୃଶ୍ୟ ଦେଖନ୍ତୁ । ବେଧଡକ ଚାଲିଛି ପ୍ରାଇଭେଟ ପାର୍ଟି । ଖୁଲମଖୁଲା ବାର ଗାର୍ଲଙ୍କୁ ଦେହବେପାର ପାଇଁ ବାଧ୍ୟ କରୁଛନ୍ତି ମତୁଆଲା ଗରାଖ । ବେଶ ସମ୍ଭ୍ରାନ୍ତ ଶ୍ରେଣୀର ତଥା ପ୍ରତିଷ୍ଠିତ ବ୍ୟବସାୟୀ ଗତକାଲି ରାତିରେ ଚଳାଇଥିଲେ କ୍ଲୋଜ ଡୋର ପାର୍ଟି । ନିଶାସକ୍ତ ଅବସ୍ଥାରେ ବାର ଗାର୍ଲଙ୍କ ଚେଜିଂ ରୁମ ଭିତକୁ ମଧ୍ୟ ପଶିଯାଉଥିଲେ ଗରାଖ । ଆଉ ଏନେଇ ନିଜେ ବାର ଗାର୍ଲମାନେ ଅବକାରୀ ବିଭାଗକୁ ଖବର ଦେବା ପରେ ହୋଇଥିଲା ଚଢ଼ାଉ ।

ଅବକାରୀ ଟିମକୁ ଦେଖି ଚତୁରତାର ସହ ବାର ବନ୍ଦ କରିଦେଇଥିଲେ କର୍ମଚାରୀ । କିନ୍ତୁ ଭିତରେ ପ୍ରକୃତରେ ଚାଲିଥିଲା କଣ, ସେ ନେଇ ଆଜି ହୋଇଛି ସିସିଟିଭିର ସରଜମିନ ଯାଞ୍ଚ । ଭାଲେଣ୍ଟାଇନ ଡେ ରାତିରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଧରଣର ଦୃଶ୍ୟ । ପ୍ରାଇଭେଟ ପାର୍ଟିରେ ଚଢ଼ାଉ କରିବାରୁ ପୋଲିସ ଉପସ୍ଥିତିରେ ଅବକାରୀ ବିଭାଗର ଅଫିସରଙ୍କୁ ହୋଇଥିଲା ଆକ୍ରମଣ । ପରେ ଡ୍ୟାନ୍ସ ପବ୍ ମ୍ୟାନେଜରଙ୍କୁ ଗିରଫ କରିବା ସହ ପବ୍ କୁ କରାଯାଇଥିଲା ସିଲ୍ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ପୂର୍ବରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ଆକ୍ସନ ମୋଡ଼କୁ ଆସିଛି ଅବକାରୀ ବିଭାଗ । ଅଫିସର ମାନେ ଦେହରେ ଲଗାଇଛନ୍ତି ବଡ଼ି କ୍ୟାମେରା । ଏହି ବଡ଼ି କ୍ୟାମେରାର ବ୍ୟବହାର ଫଳରେ ଅପରାଧ ରୋକିବା ସହ ଖିଲାପିଙ୍କ ଉପରେ ଲଗାମ ଲାଗିପାରିବ । ପ୍ରାଥମିକ ଭାବେ ଖୋର୍ଦ୍ଧା ଓ ଭୁବନେଶ୍ୱର ଅବକାରୀ ଟିମ ଆରମ୍ଭ ହୋଇଛି ଏହି ଅଭିନବ ପଦକ୍ଷେପ ।

Latest Posts

Don't Miss