ପୁରୀ ; ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ସ୍ପର୍ଶ । ସନ୍ଧ୍ୟା ୬ ଟା ୪୭ରେ ସର୍ବମୋକ୍ଷ । ମେଷ, ବୃଷ, ମିଥୁନ, ତୁଳା, କର୍କଟ ଓ ମୀନ ରାଶି ପାଇଁ ଶୁଭ । ସିଂହ, କନ୍ୟା, ଧନୁ, ବିଛା, ମକର ଓ କୁମ୍ଭ ପାଇଁ ଅଶୁଭ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ମାର୍ଚ୍ଚ ୩ ତାରିଖରେ ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ । ତେଣୁ ଗ୍ରହଣ ସ୍ପର୍ଶ ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ସ୍ବତନ୍ତ୍ର ନୀତିକାନ୍ତି । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ରହିବ । ହାଣ୍ଡି ଛାଡ଼ ପୂର୍ବରୁ ଘରେ ପୂଜାବିଧି ଓ ପାକ ନୀତି ଶେଷ କରିବା ସହ ସର୍ବମୋକ୍ଷ ପରେ ସ୍ନାନ କରିବା ସହ ପୂଜା ପାଠ ଆରମ୍ଭ ଖାଦ୍ୟ ଗ୍ରହଣ କରିପାରିବେ । ପ୍ରାୟ ୫୭ ମିନିଟ ପାଇଁ ଗ୍ରହଣ ଦର୍ଶନ କରିହେବ ।
ଭୋର ୩ଟା ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତି ବନ୍ଦ କରାଯିବ । ସକାଳ ୬ ଟା ୮ ମିନିଟ୍ ସୂର୍ଯ୍ୟୋଦୟ ପରେ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ସହ ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ । ତେବେ ଅପରାହ୍ନ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ଗ୍ରହଣ ନୀତି ଆରମ୍ଭ ହେବ । ପ୍ରଥମେ ଗ୍ରହଣ ସ୍ନାନ, ରୋଷହୋମ, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇ କୋରା ଭୋଗ ହେବ । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ଦୋଳବେଦୀକୁ ବିଜେ କରିବେ । ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହେବ । ହାଣ୍ଡିଛାଡ଼ ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ସରିବ ଭୋଗ ନୀତି । ତେବେ ମଙ୍ଗଳବାର ନୀତି ନିର୍ଘଣ୍ଟକୁ ନେଇ ଛତିଶା ନିଯୋଗର ବୈଠକ ସ୍ପଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ମହାପ୍ରଭୁଙ୍କ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟର ଚୁଡାନ୍ତ ସମୟ ସାରଣୀ ନିର୍ଘଣ୍ଟ କରାଯିବ।

