spot_img

Latest Posts

ଦିନକ ପରେ ଆରମ୍ଭ ହେବ ରାଜ୍ୟସଭା ଲାଗି ନାମାଙ୍କନ ପର୍ବ, ବିଜେପି କୋର କମିଟି ବୈଠକରେ ବଢ଼ିଲା ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପର୍ବ। ପ୍ରାର୍ଥୀ ଖୋଜିବାରେ ଲାଗିପଡିଛି ଶାସକ ବିଜେପି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପିର ଦୁଇଟି ସିଟ ସୁନିଶ୍ଚିତ ଥିବାବେଳେ ତୃତୀୟ ଆସନ ଉପରେ ବି ରହିଛି ନଜର। ଯଦିଓ କେନ୍ଦ୍ର ସସଂଦୀୟ ବୋର୍ଡ ଦଳୀୟ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିବ, ତଥାପି ସମ୍ଭାବ୍ୟ ପ୍ରାର୍ଥୀକୁ ନେଇ ଆଲୋଚନା କରିଛଇ ବିଜେପିର କୋର କମିଟି ବୈଠକ। ବିଜେଡିରୁ ବିଜେପିକୁ ଯାଇଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର ରିପିଟ ହେବା ନେଇ ଚର୍ଚ୍ଚା ହୋଇଛି। ଆଉ ଗୋଟିଏ ନିଶ୍ଚିତ ଆସନରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ପୂର୍ବ ପ୍ରଭାରୀ ଅରୁଣ ସିଂଙ୍କ ନାମ ମଧ୍ୟ ଚର୍ଚ୍ଚା ହୋଇଛି। ତୃତୀୟ ସିଟକୁ ନେଇ ବିଜେପି ସବୁ ଅପସନ ଖୋଲା ରଖିଛି। ସମୀକ୍ଷକଙ୍କ କହିବା କଥା ବିନା ନବୀନଙ୍କ ପରାମର୍ଶରେ ବିଜେପି ତୃତୀୟ ସିଟ କଥା ଚିନ୍ତା କରିବା ମୁସ୍କିଲ।

୨୦ ମାସ ପରେ ବି ଚୂଡାନ୍ତ ହୋଇପାରୁନି ନିଗମ ବୋର୍ଡ ତାଲିକା। ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀଙ୍କ ଡେଡଲାଇନ ବାରମ୍ବାର ଫେଲ ମାରିବା ପରେ ଦଳ ଭିତରେ କିଛି ଠିକ ଚାଲିନାହିଁ ବୋଲି ଚର୍ଚ୍ଚା ହେଉଛି। ଗୋଷ୍ଠୀ କନ୍ଦଳ ଯୋଗୁ ଭାଗ ଛିଡୁନାହିଁ ବୋଲି ଆଲୋଚନା ହେଉଛି। ଆଶାୟୀଙ୍କ ଆଶା ଆଶାରେ ରହିଯାଇଛି। କୋର କମିଟି ବୈଠକରେ ନିଗମ ବୋର୍ଡ ନିଯୁକ୍ତି ନେଇ ଥିବା ଅସନ୍ତୋଷ ସହମତି ଆଡକୁ ଯାଇଛି। ରାଜ୍ୟସଭା, ନିଗମ ନିଯୁକ୍ତି ସହ ବିଜେପିର ଫୋକସରେ ରହିଛି ପୌର ଓ ପଞ୍ଚାୟତ ନିର୍ବାଚନ। ସରକାରଙ୍କ ପ୍ରଦର୍ଶନର ପ୍ରଭାବ ଗ୍ରାମାଞ୍ଚଳ ଓ ସହରାଞ୍ଚରେ କେମିତି ପଡିଛି, ଲୋକଙ୍କ ସରକାର ଲୋକଙ୍କ ପାଖରେ କେମିତି ପହଞ୍ଚିଛି ଏସବୁର ପରୀକ୍ଷା ଦେବାକୁ କୋର କମିଟିରେ ପ୍ରସ୍ତୁତ ହୋଇଛି ରଣନୀତି। ମୁଣ୍ଡ ଉପରେ ରାଜ୍ୟସଭା ନିର୍ବାଚନ। ୪ ମାସ ପରେ ନବଗଠିତ ପୌରାଞ୍ଚଳରେ ନିର୍ବାଚନ। ବର୍ଷକ ପରେ ଜିଲ୍ଲାପରିଷଦ ନିର୍ବାଚନ। ଦୀର୍ଘଦିନ ପରେ ପାର୍ଟି ଅଫିସରେ ବସିଥିବା ବୈଠକରେ ଦଳର ତୁଙ୍ଗ ନେତାମାନେ ଏକାଠି ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି।  ରାଜ୍ୟ ସଭା ନିର୍ବାଚନ ପରେ ନିଗମ ବୋର୍ଡ ନିଯୁକ୍ତି ହେବା ନେଇ ଚର୍ଚ୍ଚା ଧରିଛି।

Latest Posts

Don't Miss