ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଷ୍ଟେସନରୁ ୨ଲକ୍ଷ ୬୮ହଜାର ଟଙ୍କା ସହ ୪ଟି ଦେଶର ୧୯ଟି ବିଦେଶୀ ମୁଦ୍ରା ଜବତ । ସନ୍ଦିଗ୍ଧ ଯୁବକଙ୍କ ବ୍ୟାଗରୁ ଭାରତୀୟ ଓ ବିଦେଶୀ ମୁଦ୍ରା ଜବତ କଲା ବଲାଙ୍ଗୀର ରେଳ ସୁରକ୍ଷା ବଳ । ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗତ ୨୧ ରାତିରେ ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ସନ୍ଦିଗ୍ଧ ଯୁବକ । ସନ୍ଦେହ ହେବାରୁ ଆରପିଏଫ କର୍ମଚାରୀ ପଚରାଉଚୁରା କରିବାରୁ କୌଶଳ କ୍ରମେ ଟଙ୍କା ଭର୍ତ୍ତି ବ୍ୟାଗ୍ ଛାଡ଼ି ଫେରାର ହୋଇଯାଇଥିଲେ ।
୨୨ ତାରିଖ ସକାଳେ ବ୍ୟାଗରୁ ୨ ଲକ୍ଷ ୬୮ ହଜାରରୁ ଅଧିକ ଭାରତୀୟ ମୁଦ୍ରା ସହ ମାଲେୟେସିଆ, ୟୁଏଇ, ଥାଇଲାଣ୍ଡ ଓ ଚାଇନା ଆଦି ଦେଶର ବିଦେଶୀ ନୋଟ ଜବତ କରିଛି ରେଲୱେ ପୋଲିସ । ଟଙ୍କା ଜବତ କରିବା ସହ ବଲାଙ୍ଗୀର ଆରପିଏଫ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

