spot_img

Latest Posts

ଟି-୨୦ ବିଶ୍ବକପ: ଭାରତ ପାଇଁ କର ବା ମର ମ୍ୟାଚ୍, ଅଭିଶେକଙ୍କ ସ୍ଥାନରେ ସଞ୍ଜୁଙ୍କୁ ମିଳିବ କି ସୁଯୋଗ ?

ଟି-୨୦ ବିଶ୍ବକପ: ଭାରତ ପାଇଁ କର ବା ମର ମ୍ୟାଚ୍, ଅଭିଶେକଙ୍କ ସ୍ଥାନରେ ସଞ୍ଜୁଙ୍କୁ ମିଳିବ କି ସୁଯୋଗ ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ପୁରୁଷ ବିଶ୍ବକପ୍ ଜିତିବାର ପ୍ରବଳ ଦାବିଦାର ଟିମ୍ ଇଣ୍ଡିଆ ସ୍ଥିତି ଟଳମଳ । ଦକ୍ଷିଣ ଆଫ୍ରିକା ପାଖରୁ ହାରିବା ପରେ ସ୍ଥିତି ଏମିତି ହୋଇଛି ଯେ, ଟିମ୍ ଇଣ୍ଡିଆ ସେମି ଫାଇନାଲକୁ ଯିବା ବି ସନ୍ଦେହକୁ ଚାଲିଆସିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଟିମ୍ ଇଣ୍ଡିଆଣ ଓପନର ଅଭିଶେଷ ଶର୍ମା ଲଗାତାର ଫ୍ଲପ ହେବା । ତିନୋଟି ଶୂନରେ ଆଉଟ ହେବା ପରେ ଦକ୍ଷିଶ ଆଫ୍ରିକା ବିପକ୍ଷରେ ଖାତା ଖୋଲିଥିଲେ ବି ବିଶେଷ କିଛି କରିପାରି ନଥିଲେ । ଏମିତି ସ୍ଥିତିରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଟିମ୍ ଇଣ୍ଡିଆର ଖେଳକୁ ଦେଖିଲେ ପ୍ରଶ୍ନ ଉଠୁଛି ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ହେବା ଦରକାର କି ? ଅଭିଶେଷ ଶର୍ମାଙ୍କୁ ଡ୍ରପ୍ କରାଯିବା ଦରକାର କି ? ଅଭିଶେକଙ୍କ ସ୍ଥାନରେ ସଞ୍ଜ ସାମସଙ୍ଗଙ୍କୁ ଓପନିଂ କରାଯିବା ଆବଶ୍ୟକ କି ? ବିଶ୍ବକପ୍ ପୂର୍ବରୁ ହୁଏତ ଏମିତି ପ୍ରଶ୍ନ କାହା ମନକୁ ଆସି ନଥିବ । ହେଲେ ସ୍ଥିତି ଏମିତି ଯେ, ସୁପର-୮ ମୁକାବିଲାରେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ଅଭିଶେକଙ୍କୁ ଡ୍ରପ କରି ସଞ୍ଜୁଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହଓ୍ବାଗ ।

ଅଭିଶେକଙ୍କୁ ବ୍ରେକ୍ ଦେଇ ସାମସଙ୍ଗଙ୍କୁ ଖେଳାଅ

ବ୍ୟାଟରଙ୍କ ଫର୍ମକୁ ଦେଖିଲେ ଜିମ୍ପାଓ୍ବେ ବିପକ୍ଷ ମ୍ୟାଚରେ ଭାରତ ଜିତିବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ରହିଛି । ବିଶେଷ କରି ଅଭିଶେଷ ଶର୍ମାଙ୍କ ଫର୍ମ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ଅଭିଶେକଙ୍କୁ ଗୋଟିଏ ବ୍ରେକ୍ ଦେବାକୁ ସେହଓ୍ବାଗ ପରାମର୍ଶ ଦେଇଚନ୍ତି । ଏକ ସାକ୍ଷାତକାରରେ ସେହଓ୍ବାଗ କହିଛନ୍ତି, ଯଦି ମୁଁ ଥାନ୍ତି ତେବେ ଅଭିଶେକଙ୍କୁ ଗୋଟିଏ ବ୍ରେକ୍ ଦେଇ ତାଙ୍କ ସ୍ଥାନରେ ସଞ୍ଜୁ ସାମସଙ୍ଗଙ୍କୁ ଜିମ୍ବାଓ୍ବେ ବିପକ୍ଷରେ ସୁଯୋଗ ଦେଇଥାନ୍ତି । ଯଦି ଏ ମ୍ୟାଚ୍ ହାରି ଯାଉଛ ତେବେ କଥା ସରିଲା । ପରେ ଯାହାକୁ ବି ଖେଳାଇଲେ କିଛି ଲାଭ ନାହିଁ । ଏଥିପାଇଁ ଫର୍ମରେ ଥିବା ଖେଳାଳି ପ୍ଲେଇଂ ଇଲେଭନରେ ରହିବା ଉଚିତ ।

ବ୍ୟାଟିଂ ଅର୍ଡରରେ ବି ପରିବର୍ତ୍ତନ ଜରୁରୀ

ଅଭିଶେକଙ୍କୁ ଡ୍ରପ କରିବା ସହ ବ୍ୟାଟିଂ ଅର୍ଡକୁ ନେଇ ମଧ୍ୟ ସେହଓ୍ବାଗ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ତିନି ନମ୍ବରରେ ଆସନ୍ତୁ । ତିଲକ ୪ରେ ବ୍ୟାଟିଂ କରିବା ଭଲ । ପରେ ଲେଫ୍ଟ-ରାଇଟ କମ୍ବିନେସନ ହିସାବରେ ବୋଲରଙ୍କୁ ଦେଖି ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିପାରିବେ । ସୁବଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖଷାଲି କି ଖେଳିବା ଦରକାର । ଏମିତି ଲାଗୁଛି ଭାରତୀୟ ଟିମ୍ ଚାପରେ ଖେଳୁଛି ଏବଂ ଖେଳାଳି ଆଉଟ୍ ହେବାକୁ ଡରୁଛନ୍ତି ।

Latest Posts

Don't Miss