ଭୁବନେଶ୍ବର : ଆଉ କେତେ ଝଡିବ ନିରୀହ ଜୀବନ ? ନାବାଳିକାଙ୍କଠାରୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ସୁରକ୍ଷିତ ନୁହଁନ୍ତି । ରାଜ୍ୟରେ ଚାଲିଛି ତ ଆଇନର ଶାସନ ? ଅନୁଗୋଳରୁ କଣିହାଁ, ସମ୍ବଲପୁରରୁ କୁଚିଣ୍ଡା ଏବଂ ପାରାଦୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି । ନିଜ ସୋସିଆଲ ସାଇଟ ଏକ୍ସରେ ଏପରି ଉଲ୍ଲେଖ କରି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ଅନୁଗୋଳର ଏନଟିପିସି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଅତ୍ୟନ୍ତ ଉଦବେଗଜନକ । ସବୁଠି ଅରାଜକତା, ସବୁଠି ଅସୁରକ୍ଷିତ ମାଆ ଓ ଭଉଣୀ । ନାରୀ ସୁରକ୍ଷା, ଆଇନଶୃଙ୍ଖଳା ନେଇ ସରକାର ଲମ୍ବାଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତାକୁ ବ୍ୟାପକ କରିବା ଦିଗରେ ତତ୍ପର ହୁଅନ୍ତୁ । ରାଜ୍ୟରେ ଆଇନର ଶାସନ ବଜାୟ ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

