spot_img

Latest Posts

ଭୟଙ୍କର ରୂପ ନେଉଛି ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ; ଆଫଗାନିସ୍ତାନର ୨୨ଟି ସ୍ଥଳୀରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ ଁ ଭୟଙ୍କର ରୂପ ନେଉଛି ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୟଙ୍କର ଯୁଦ୍ଧ । ତାଲିବାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛି ପାକିସ୍ତାନ । ଆଫଗାନିସ୍ତାନର ୨୨ଟି ସ୍ଥଳୀ ଉପରେ ହୋଇଛି ଜବରଦସ୍ତ ହମଲା। ପାକସେନା ଆଫଗାନିସ୍ତାନର ପକ୍ସିକା, ଖୋସ୍ତ, ନାଙ୍ଗରହାର ସ୍ଥିତ ସେନା କ୍ଯାମ୍ପ ଉପରେ ଆକ୍ରଣ କରିଛି । ଯାହାର ପ୍ରତ୍ୟୁତ୍ତର ଦେଇଛି ଆଫଗାନିସ୍ତାନ । ପାକିସ୍ତାନର ଏବଟାବାଟ, ନୌସେରା ସମେତ ୪ ସହର ଉପରେ ଭୟଙ୍କର ଆଟାକ କରିଛି । ପାକିସ୍ତାନ ମିଲିଟାରୀ ଏକାଡେମୀରେ ଡ୍ରୋନ ଆକ୍ରମଣ କରିଛନ୍ତି ତାଲିବାନ ସେନା । ସେପଟେ ଆକ୍ରଣରେ ୨୭୪ ଆଫଗାନ ସେନାଙ୍କ ମୃତ୍ୟୁ ହେବା ସହ ୪ଶହରୁ ଅଧିକ ଆହତ ହୋଇଥିବା ଦାବି କରିଛି ପାକିସ୍ତାନ ।

୭୪ରୁ ଅଧିକ ଆଫଗାନ ସେନାପୋଷ୍ଟ ଧ୍ବଂସ ହୋଇଥିବା ଦାବି କରିଛନ୍ତି ପାକିସ୍ତାନ କର୍ତ୍ତୃପକ୍ଷ । ତେବେ ନିଜ ଦେଶର ୧୨ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ସ୍ବୀକାର କରିଛି । ଆଫଗାନିସ୍ତାନ କିନ୍ତୁ ୫୫ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରିଛି । ତେବେ ପାକିସ୍ତାନ ମିଛ କହୁଛି । ତାଙ୍କ ଦେଶର ୮ ଜଣ ସୈନ୍ୟଙ୍କ ଯୁଦ୍ଧରେ ମୃତ୍ୟୁ ହୋଇଛି । ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଇରାନ ବୈଦେଶିକ ମନ୍ତ୍ରି ଆବ୍ବାସ, ସାଉଦି ଆରବ ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ, ମିଶ୍ର ବିଦେଶ ମନ୍ତ୍ରୀ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦୁଇ ଦେଶ ମଧ୍ଯରେ କିପରି ମଧ୍ଯସ୍ଥତା ଜରିଆରେ ଶାନ୍ତି ଫେରାଇ ଅଣାଯିବ ସେଥିପାଇଁ ଉଦ୍ୟମ କରୁଛନ୍ତି ।

Latest Posts

Don't Miss