spot_img

Latest Posts

ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ; ସୁନାବେଶ ଦର୍ଶନ କରିବେ ଭକ୍ତ

ପୁରୀ : ଆଜି ଚନ୍ଦ୍ରଗ୍ରହଣ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟ ରାତ୍ର ୨ ଟା ରୁ ଦ୍ବାର ଫିଟାଯିବା ସହ ୨ଟା ୪୦ ମଧ୍ୟ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଦୈନିକ ନୀତିକାନ୍ତି କରାଯାଇ ଭକ୍ତ ମାନେ ଭିତରକାଠ ଦର୍ଶନ ଅନୁଷ୍ଠିତ ହୋଇଛି । ୩ ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ । ହାଣ୍ଡି ଛାଡ଼ ପୂର୍ବରୁ ଗୃହସ୍ଥ ମାନେ ନିଜ ଘରେ ପୂଜାବିଧି ଓ ପାକ ନୀତି ଶେଷ କରିବା ସହ ସନ୍ଧ୍ୟା ୬ ଟା ୪୭ ମିନିଟ ଗ୍ରହଣ ସର୍ବମୋକ୍ଷ

ଶ୍ରୀମନ୍ଦିରରେ ଦେବନୀତି ଆରମ୍ଭ କରାଯିବ । ଆଜି ଭୋର ଗୋଟାଏରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମହାପ୍ରଭୁଙ୍କର ମଙ୍ଗଳ ଆଳତି ସମ୍ପୂର୍ଣ୍ଣ ହୋଇଥିଲା । ଏହା ପରେ ଅବକାଶ ପୂଜା ସମ୍ପୂର୍ଣ୍ଣ ହୋଇ ମେକାପ ସର୍ବାଙ୍ଗ ନୀତି ସରି ବେଶ ସମ୍ପୂର୍ଣ୍ଣ କରାଯାଇଥିଲା । ଆଜି ସ୍ୱତନ୍ତ୍ର ଭାବେ ଶ୍ରୀଜୀଉ ମାନଙ୍କୁ ଖଇକୋରା ଭୋଗ କରାଯିବା ପରେ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ଵତୀ ଙ୍କୁ ବିମାନ ଉପରକୁ ବିଜେ କରାଯାଇ ଥିଲା । ପରେ ବେଢ଼ା ପରିକ୍ରମା କରି ଦୋଳ ଗୋବିନ୍ଦ ଦୋଳ ବେଦୀକୁ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ସହ ଫଗୁ ଖେଳି ଏକାକାର ହୋଇଥିଲେ ଶ୍ରଦ୍ଧାଳୁ । ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହେବ ।

 

Latest Posts

Don't Miss