spot_img

Latest Posts

କ୍ଲାସ ରୁମ୍ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା

ମୋହନା : ନାହିଁ ନାହିଁରେ ଚାଲିଛି ସରକାରୀ ବିଦ୍ୟାଳୟ । ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀ ଗୃହ । ନା ଅଛି ସୁଦୃଢ ଭିତ୍ତିଭୂମି । କ୍ଲାସ ରୁମ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା । ଅବ୍ୟବସ୍ଥା ଘେରରେ ଗଜପତି ଜିଲ୍ଲା ମୋହନା ବ୍ଲକର ମାଣ୍ଡିମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ବାଲ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ମୁଖ୍ୟତଃ ବିଦ୍ୟାଳୟର ଭିତ୍ତିଭୂମି ପୂରା ଭୁଶୁଡି଼ ପଡିଛି । କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ବି ନାହିଁ । ଫଳରେ ଅପରିଷ୍କାର ପାଣି ବିଦ୍ୟାଳୟ ପରିସରରେ ଜମି ରହି ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ମାଣ୍ଡିମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ପିଲା ମାନେ ଭଙ୍ଗା ଦଦରା ଘରେ ବିପଦଶଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ସମସ୍ୟା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଅନେକ ଥର ପ୍ରଶାସନକୁ ଜଣାଇଲେଣି । ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ରେଣୀ ଗୃହ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ମୋହନା ଗୋଷ୍ଠୀ ଅଧିକାରୀ । ବିଦ୍ୟାଳୟ ଉପରେ ପ୍ରଶାସନର କେବେ ଦୃଷ୍ଟି ପଡୁଛି ? ତାକୁ ଗାଁଲୋକ ଚାହିଁ ବସିଛନ୍ତି ।

Latest Posts

Don't Miss