କୁଚିଣ୍ଡା : ମାଆ ପାଲଟିଲା ରାକ୍ଷସୀ । ନିଜର ୨ ଶିଶୁ କନ୍ୟାଙ୍କୁ କୂଅରେ ସେମାନଙ୍କୁ ମାରିଦେଇଛି ମାଆ। ତା ପରେ ଫେରାର ହୋଇ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଶର୍ଗୀଡିହି ଗାଁରେ ।ଜେମେସ ମାଡ଼କିଙ୍କ ୨ କନ୍ୟା ସନ୍ତାନ ଥିବା ବେଳେ ତାଙ୍କ ସ୍ତ୍ରୀ ସଞ୍ଜୁ ମାଡ଼କି ଦୁଇ ଝିଅଙ୍କୁ ନେଇ ଘରୁ ବାହାରିଥିଲେ । କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିଥିବା ଦେଖି ପିଲାମାନେ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲାେ। ସଂଜୁ ଯାହା କହିଲେ, ଜେମେସଙ୍କ ହୋସ୍ ଉଡ଼ିଗଲା। ଦୁଇ ଝିଅଙ୍କୁ କୂଅରେ ପକାଇ ଦେଇଥିବା ସେ କହିଥିଲେ। ସେଠାରେ ଦୌଡ଼ି ଦୌଡ଼ି ପଳାଇତିଲେ। ଜେମେସ ସାଙ୍ଗେ ସାଙ୍ଗେ କୂଅ ପାଖକୁ ଯାଇ ଗାଁ ଲୋକଙ୍କ ସହାୟତାରେ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଦୁଇ ଝିଅଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ଝିଅର ବୟସ ୬ ବର୍ଷ ହୋଇଥିବା ବେଳେ ସାନ ଝିଅର ବୟସ ମାତ୍ର ଚାରି ମାସର। ତାର ନାମକରଣ ବି କରାଯାଇନି। ପୋଲିସ ଘଟଣାର ତଦନ୍ତ କରୁଛି।

