ସମ୍ବଲପୁର OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଇଙ୍କ ବିପୁଳ ସଂପତ୍ତି ଠାବ ହୋଇଛି। ତାଙ୍କର ଅଛି ୨୯ଟି ପ୍ଲଟ । ଏହି ସବୁ ପ୍ଲଟ ଖୋର୍ଦ୍ଧାର ଜଟଣୀ, ବ୍ରହ୍ମପୁର ଓ ଅନ୍ଯ ସ୍ଥାନରେ ଅଛି। ଦୁଇଟି ବହୁତଳ ବିଶିଷ୍ଟ କୋଠା ବି ଅଛି। ଗୋଟିଏ ଫ୍ଲାଟ ଅଛି ଭୁବନଶ୍ଵର କଳିଙ୍ଗ ବିହାରରେ। ଏହା ସହିତ ୧ କେଜି ୧୪୦ ଗ୍ରାମର ସୁନା ମିଳିଛି। ଏଥିରେ ରହିଛି ୨ଟି ସୁନା ବିସ୍କିଟ ଓ ୬ଟି ସୁନା କଏନ୍। ଭିଜିଲାନସ ରେଡ୍ ରୁ ନଗଦ ପ୍ରାୟ ୪୯ ଲକ୍ଷ ଟଙ୍କା ଜବତ ହୋଇଛି। ଅଧିକ ଛାନବିନ ପାଇଁ ତାଙ୍କୁ ଭୁବନେଶ୍ଵର ଅଣଯାଇଛି। ଏକ ଲାଞ୍ଚ ମାମଲାରେ ବିଦ୍ୟୁତ ରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, ସମ୍ବଲପୁର, ଭଞ୍ଜନଗରରେ ମଧ୍ୟ ଚଢାଉ ହୋଇଥିଲା।

