spot_img

Latest Posts

ଇରାନ ଖସାଇଲା ଆଉ ଏକ ବିମାନ ; ଫେୟାର ଚାଇଲଡ ରିପବ୍ଲିକ A-10 ଥଣ୍ଡରବୋଲ୍ଟ କ୍ରାସ

ନନ୍ଦିଘୋଷ ବ୍ୟୁରୋ : ଉପସାଗରରେ ପୁଣି ଆମେରିକାର ଆଉ ଏକ ବାୟୁସେନା ବିମାନ କ୍ରାସ । ତେବେ ସେଥିରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ବିମାନଟି ହେଉଛି ଫେୟାର ଚାଇଲଡ ରିପବ୍ଲିକ A-10 ଥଣ୍ଡରବୋଲ୍ଟ । ହର୍ମୁଜ ପ୍ରଣାଳୀ ନିକଟରେ ବିମାନଟି କ୍ରାସ ହୋଇଥିଲା। ଇରାନ ପକ୍ଷରୁ କୁହାଯାଇଛି ଏହାର ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଶତ୍ରୁ ପକ୍ଷରୁ A-10 ବିମାନକୁ ଖସାଇଦିଆଯାଇଛି। ପୂର୍ବରୁ US F-15E ଷ୍ଟ୍ରାଇକ ଇଗଲ ବିମାନକୁ ଖସାଇଦିଆଯାଇଥିବାବେଳେ ଏବେ A-10 ବିମାନକୁ ଖସାଇଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଆମେରିକାର ୪ଟି ଯୁଦ୍ଧବିମାନକୁ ଖସାଇଦିଆଗଲାଣି। ଦୁଇଟି ବିମାନକୁ ଖସାଇବା ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ତୀବ୍ର ହୋଇଛି।

ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଲେଣି। ସେପଟେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି- ଆମେରିକୀୟ ବିମାନକୁ ଖସାଇବା ଘଟଣାକୁ ନେଇ ଇରାନ ସହ କଥାବାର୍ତ୍ତା କୌଣସି ପ୍ରଭାବିତ ହେବ ନାହିଁ। ଆମେରିକା ଇରାନ ବିରୋଧୀ ଯୁଦ୍ଧରେ ରହିଛି ବୋଲି ସେ କହିଛନ୍ତି। ସେପଟେ ଶାନ୍ତି ପ୍ରତିଷ୍ଠା ଲାଗି ପାକିସ୍ତାନ ସମେତ କେତେକ ରାଷ୍ଟ୍ରର ପ୍ରଚେଷ୍ଟାକୁ ଅଗ୍ରାହ୍ୟ କରିଛି ଇରାନ। ଫଳରେ ଶାନ୍ତି ପ୍ରତିଷ୍ଠା ନେଇ ଯୋଜନା ଏକରକମ ବିଫଳ ହୋଇଛି। ସେପଟେ ଯୁଦ୍ଧ ବିରତି ପ୍ରସ୍ତାବକୁ ଇରାନ ମନା କରିଛି। ଏହା ସହ ଆମେରିକାର ସର୍ତ୍ତକୁ ମାନିବାକୁ ଅଗ୍ରାହ୍ୟ କରିଛି ଇରାନ।

Latest Posts

Don't Miss