ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଖରା ବର୍ଷାର ଖେଳ । ସକାଳୁ ସକାଳୁ ଖରା ମାଡି ଆସୁଥିବା ବେଳେ ଅପରାହ୍ନରେ ବର୍ଷା ଢାଳୁଛି କାଳବୈଶାଖୀ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି । ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। କାଁ ଭାଁ ସ୍ଥାନରେ ଝଟକା ପବନ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପବନ ବହିବା ଆକଳନ କରିଛି ପାଣିପାଗ ବିଭାଗ।
୫ ତାରିଖରେ ବଢ଼ିବ ବର୍ଷା। ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଜିଲ୍ଲାରେ ହାଲୁକା ବର୍ଷା ସୁନ୍ଦରଗଡର, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୬ ତାରିଖ ପାଇଁ ମଧ୍ୟ ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

