ଫୁଲବାଣୀ : ହତାଶ କଲାଣି ହଳଦୀ ଚାଷ । GI ଟ୍ୟାଗ ମିଳିଥିଲେ ସୁଦ୍ଧା ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ସବୁଜ କ୍ଷେତରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଉଛି ହଳଦୀ । ହେଲେ ବିକ୍ରିବଟା ସୁବିଧା ନଥିବାରୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏଭଳି ସମସ୍ୟା ଦେଖାଦେଇଛି ହଳଦୀର ହବ୍ କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ପ୍ରତିବର୍ଷ ହଜାର ହଜାର ଚାଷୀ ହଳଦୀ ଚାଷ କରିଥାନ୍ତି । ଏଠାକାର ହଳଦୀ ରାଜ୍ୟ ତଥା ବିଶ୍ଵରେ ପ୍ରସିଦ୍ଧ ଲାଭ କରିଛି । ହେଲେ ସଠିକ ବଜାର ବ୍ୟବସ୍ଥା ସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ବ୍ୟବସାୟୀଙ୍କୁ କେଜି ପିଛା ଶହେ ଟଙ୍କାରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ସ୍ଥାନୀୟ ଚାଷୀ ।
ଚଳିତ ବର୍ଷ ଜିଲ୍ଲାରେ ହଳଦୀ ଭଲ ଅମଳ ହୋଇଛି । କସମ ପକ୍ଷରୁ କିଛି ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ଠାରୁ ଉତ୍ତମ ଦରରେ ହଳଦୀ କିଣି ପ୍ରୋସେସିଂ କରି ବଜାରରେ ବିକ୍ରି କରୁଛନ୍ତି । ହେଲେ ବଜାର ବ୍ୟବସ୍ଥା ନଥିବାରୁ ଅନେକ ଚାଷୀ ବେପାରୀଙ୍କୁ କମ ଦରରେ ହଳଦୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଶୀଘ୍ର ବିକ୍ରିବଟା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କେବେ ଚାଷୀଙ୍କ ସମସ୍ୟାର ହେଉଛି ସମାଧାନ ? କେବେ ଚାଷୀ ଉଚିତ ପ୍ରାପ୍ୟ ପାଉଛନ୍ତି ? ତାହା ସମୟ କହିବ ।
ହତାଶ କଲାଣି ହଳଦୀ ଚାଷ, GI ଟ୍ୟାଗ ପାଇଥିବା ହଳଦୀର ଅଭାବୀ ବିକ୍ରି

