ଭଦ୍ରକ : ଗୋ ମାଫିଆଙ୍କ ଘରେ ଭଦ୍ରକ ପୋଲିସର ଜୋରଦାର ଚଢ଼ାଉ। ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ୮ ଟି ସ୍ଥାନରେ ଚାଲିଛି ଚଢ଼ାଉ। ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳରେ ରେଡ୍ ଜାରି ରହିଛି। ଚଢ଼ାଉ ସମୟରେ ବିପୁଳ ନଗଦ ଟଙ୍କା , ସୁନାରୂପା ଗହଣା ସହ ସମ୍ପତ୍ତିର ଯାଞ୍ଚ ଚାଲିଛି। ଅନେକଙ୍କ ଘରୁ ବନ୍ଧୁକ, ଭୁଜାଲି ସହ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ। ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶ କ୍ରମେ ଚାଲିଥିବା ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡ଼ିଏସପି ଙ୍କ ସମେତ ଟାଉନ, ପୁରୁଣା ବଜାର ଆଇଆଇସି, ୬ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି। ଏବେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ୨୦ ଲକ୍ଷ ନଗଦ ଟଙ୍କା ଜବତ୍ ହୋଇଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି। ସେହିପରି ବନ୍ଧୁକ ଓ ମାରଣାସ୍ତ୍ର ମଧ୍ୟ ଅନେକ ସ୍ଥାନରୁ ଠାବ ହୋଇଛି। ୫ ଜଣ ଗୋ ମାଫିଆଙ୍କୁ ଅଟକ ରଖିଛି ପୋଲିସ।

