spot_img

Latest Posts

ଗ୍ୟାସଭର୍ତ୍ତି ୬ଟି ସିଲିଣ୍ଡର ସହିତ ୩୩ଟି ଫାଙ୍କା ସିଲିଣ୍ଡର ଜବତ

କେନ୍ଦ୍ରାପଡା : LPG ଗ୍ୟାସ କଳାବଜାରୀକୁ ନେଇ କେନ୍ଦ୍ରାପଡା ଯୋଗାଣ ବିଭାଗର ବଡ଼ ଧରଣର ଚଢ଼ାଉ। ଗ୍ୟାସଭର୍ତ୍ତି ୬ଟି ସିଲିଣ୍ଡର ସହିତ ୩୩ଟି ଫାଙ୍କା ସିଲିଣ୍ଡର ଜବତ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ବଜାର ଖର୍ଧା ସାହି ଛକରେ ଥିବା ଏକ ଦୋକାନରୁ ଏହି ସବୁ ସିଲିଣ୍ଡର ଜବତ ହୋଇଛି। ଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ଅଧିକାରୀଙ୍କ ନିର୍ଦେଶରେ ଦୁଇ ଜଣ ଅତିରିକ୍ତ ଯୋଗାଣ ଅଧିକାରୀ, ଜଣେ ଯୋଗାଣ ନିରୀକ୍ଷକ ସମେତ ମୋଟ 6 ଜଣିଆ ଟିମ ଏବଂ ଜଣେ ମାଜିଷ୍ଟ୍ରେଟ ଚଢ଼ାଉ କରିଥିଲେ। ଚାନ୍ଦୋଳ ବଜାରରେ ବନ୍ଦ ହୋଇ ରହିଥିବା ଉକ୍ତ ଦୋକାନର ତାଲା ଭାଙ୍ଗି ମୋଟ ୩୯ ଟି ସିଲିଣ୍ଡର ଜବତ ହୋଇଛି। ଉକ୍ତ ଦୋକାନର କେହି ଦାବିଦାର ନ ଥିବା ଜଣାପଡିବା ପରେ ଜବତ ସିଲିଣ୍ଡର ନିଜ ହେପାଜତକୁ ନେଇଛି ଯୋଗାଣ ବିଭାଗ।

Latest Posts

Don't Miss