spot_img

Latest Posts

ଚନ୍ଦନେଶ୍ଵରଙ୍କ ଚଡ଼କ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ଦେଵଦେଵ ମହାଦେବଙ୍କ ଅନେକ ଲୀଳା । ସନାତନ ଧର୍ମର ନୀତିନିୟମ ଉପରେ ବିଶ୍ୱାସ ଓ ଆସ୍ଥା ଭରିରହିଛି ଭକ୍ତମାନଂକର । ଚନ୍ଦନେଶ୍ଵର ଚଡ଼କ ଯାତ୍ରାର ଆଜି ଦ୍ୱିତୀୟ ଅର୍ଘ୍ୟ । ପୂଜାପାଠର ପ୍ରକମ୍ପିତ ହେଉଛି ଅଞ୍ଚଳ । ମହାଦେବ ଚନ୍ଦନେଶ୍ଵରଙ୍କ ବିବାହରେ ଭକ୍ତ ଭଗବାନ ବିଭୋର। ସକାଳୁ ଏକ ବିଶାଳ ଶୋଭାଯାତ୍ରାରେ ବରଯାତ୍ରୀ ବାଜା ରୋଷଣି ଓ ଶିବ ଗଣଙ୍କ ସହିତ ମହାଦେବ ସ୍ଥାନୀୟ ଭଟ୍ଟପୁର ଗାଁରେ ଥିବା କାମିନାଙ୍କ ବାପଘରେ ପହଞ୍ଚିଥିଲେ। ପରେ ସେଠାରେ ପାରମ୍ପରିକ ନୀତିକାନ୍ତି ଶେଷ ହେବା କାମିନାଙ୍କ ସହିତ ପଟୁଆରରେ ଆସି ଚନ୍ଦନେଶ୍ଵର ମନ୍ଦିରରେ ପହଞ୍ଚି ରିତିକାନ୍ତିରେ ମନ୍ଦିର ଭିତରେ ଗୁପ୍ତ ବିବାହ ସଂପୂର୍ଣ୍ଣ ହୋଇଛି । ସଂଧ୍ୟାରେ ରହିଛି ନୀଳ ପର୍ବ । ନୀଳ ପୋଖରୀରୁ ଶିବ ଦୁର୍ଗାଙ୍କ ପ୍ରତିଭୁ ସ୍ତମ୍ବି କାଠକୁ ଉଠାଯାଇ ପୂଜା କରାଯିବ। ସ୍ତମ୍ବିକାଠ ଶିବ ଦୁର୍ଗାଙ୍କୁ କାନ୍ଧରେ ପକାଇ ମନ୍ଦିର ଚାରିପାଖେ ବୁଲୁଛନ୍ତି ଭକ୍ତ। ଏହି ଦିନରେ ନୀଳକଣ୍ଠେଶ୍ଵରଙ୍କ ସ୍ତମ୍ବି କାଠକୁ ସ୍ପର୍ଶ କଲେ ଭକ୍ତଙ୍କ ଶରୀରରେ ଥିବା ସମସ୍ୟା ହରଣ ହୁଅ ବୋଲି ବିଶ୍ୱାସ ରହିଛି ।

Latest Posts

Don't Miss