spot_img

Latest Posts

ଆଜି ଭିତର ରତ୍ନଭଣ୍ଡାରର ହେବ ଗଣତିମଣତି

ପୁରୀ : ଆଜି ଭିତର ରତ୍ନଭଣ୍ଡାରର ହେବ ଗଣତିମଣତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଛି । ଶ୍ରଦ୍ଧା ଏବଂ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ କରାଯିବ । ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଟ୍ରେଜେରୀରୁ ଚାବି ଆସିବା ପରେ ଖୋଲିବ ଭିତର ରତ୍ନଭଣ୍ଡାର। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ। ଭିତର ରତ୍ନ ଭଣ୍ଡାର ଗଣତି ସ୍ପର୍ଶକାତର ହୋଇଥିବାରୁ ଅଧିକୃତ ଓ ଆବଶ୍ୟକ ରହିଥିବା ବ୍ୟକ୍ତି ମାନେ ହିଁ ଗଣତି ନେଇ ଭିତର ଭଣ୍ଡାର ଗୃହକୁ ଯିବା ପାଇଁ ସ୍ଥିର କରାଯାଇଛି।

Latest Posts

Don't Miss