ଭୁବନେଶ୍ବର : ଆଜି ବି ତାତି କରିବ କଲବଲ । ଖରାରେ ଜଳିବ ଉପାନ୍ତରୁ ଉପକୂଳ । ୧୮ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ଉପକୂଳ ଓଡିଶାର ୧୧ ଜିଲ୍ଲାରେ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭୂତ ହେବ । ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ବଲାଙ୍ଗୀର ଓ ବରଗଡ଼ ପାଇଁ ହିଟୱେଭ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର l ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିବାର ଆକଳନ କରିଛି ପାଣିପାଗ କେନ୍ଦ୍ର ।

