spot_img

Latest Posts

ହାଇଓ୍ବା-କଲେଜ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଯାଜପୁର ରୋଡ : ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ଓଉପଦା ଛକ ନିକଟରେ ଘରୋଇ କଲେଜ ବସ୍ ଦୁର୍ଘଟଣା । ଏକ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ହାଇଓ୍ବା ଚାଳକଙ୍କ ମୃତ୍ୟୁ ଏବଂ ହେଲ୍ପର ଗୁରୁତର । ବସରେ ଥିବା ୧୫ ଜଣ ଛାତ୍ରଙ୍କ ସମେତ ୧୭ ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହାଇଓ୍ବା ଚାଳକଙ୍କ ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡ଼ିକାଲ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତଣ୍ଡରା ସ୍ଥିତି ପ୍ରୟାସ କଲେଜର ଏକ ବସ୍ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ନେଇ ସନ୍ତରା ଅଞ୍ଚଳରେ ଥିବା ହଷ୍ଟେଲକୁ ଯାଉଥିଲା । ଏହି ସମୟରେ ଓଉପଦା ଛକ ନିକଟରେ ହଠାତ ଏକ ହାଇୱା ରଙ୍ଗ ରୁଟ୍ ରେ ପଶି ଆସିଥିଲା । ଫଳରେ ବସ୍ ଟି ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । କୋରେଇ ଓ ପାଣିକୋଇଲି ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ଼ ମେଡ଼ିକାଲକୁ ପଠାଇଥିଲା । ହାଇଓ୍ବା ଚାଳକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହିତ ହାଇଓ୍ବା ହେଲ୍ପର ଓ ବସ୍ ରେ ଥିବା ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Latest Posts

Don't Miss