ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଆହୁରି ଶକ୍ତିଶାଳୀ ହେବ ବିଜୁ ଜନତା ଦଳ । ଗାଁ ଠାରୁ ସହର, ପଞ୍ଚାୟତ ଠାରୁ ପୌର ପରିଷଦ ପର୍ୟ୍ୟନ୍ତ ସବୁଠି ଏକାଠି ହେଲେଣି ଯୁବକ, ଛାତ୍ର, ବରିଷ୍ଠ ନାଗରିକ l ଜିଲ୍ଲାର ରଘୁନାଥପୁର ବ୍ଲକ ପୂରଣ ଓଡ଼ାପଡ଼ା ଠାରେ ବିଜୁ ଜନତାଦଳ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଜୁ ଜନତାଦଳର ରାଜ୍ଯ ଉପ ସଭାପତି ପ୍ରତାପ ଜେନାଙ୍କ ସହ ରଜତ ପାତ୍ର, ପ୍ରକାଶ ମଲିକ, ସୁରେନ୍ଦ୍ର ମହାପାତ୍ର,ବ୍ଲକ ଅଧ୍ୟକ୍ଷା, ଜିଲାପରିଷଦ ସଭ୍ଯ ସଭ୍ୟା, ପଞ୍ଚାୟତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ହଜାର ବିଜୁ ଜନତାଦଳର କର୍ମୀମାନେ ଯୋଗ ଦେଇଥିଲେ l ଏଥିରେ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ଦଳର କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦିଆଯାଇଥିଲା l ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ପ୍ରତି ବ୍ଲକ, ପୌର ପରିଷଦ ଗୁଡିକରେ ଦଳକୁ ଯେପରି ଅଧିକରୁ ଅଧିକ ଶକ୍ତିଶାଳୀ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି

