spot_img

Latest Posts

ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ରକ୍ଷା ବାହିନୀ ଗୁଳରେ ଜଣେ ମାଓ କ୍ଯଡେର ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଡ଼ର କାଙ୍କେର ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା ବାହିନୀ ଗୁଳରେ ଜଣେ ମାଓ କ୍ଯଡେର ନିହତ । ସୂଚନା ଦେଲେ ପୋଲିସ ଅଧିକ୍ଷକ ନିଖିଲ ରାଖେଚା । ମାଓ ଉପସ୍ଥିତି ସମ୍ପର୍କରେ ସୂଚନା ପରେ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ-ପରତାପୁର ପୋଲିସ ଷ୍ଟେସନ କ୍ଷେତ୍ରାଧିକାରର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମାଚପାଲି-ଆରମଝୋରା-ହିଦୁର ଅଞ୍ଚଳର ଜଙ୍ଗଲରେ ପୋଲିସ ବାହିନୀ ଦ୍ୱାରା ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଅପରେସନ ସମୟରେ, ମାଚପାଲି ଅଞ୍ଚଳରେ ପୋଲିସ ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟର ପରେ, ପରବର୍ତ୍ତୀ ସର୍ଚ୍ଚ ସମୟରେ, ସୁରକ୍ଷା ବାହିନୀ ଦ୍ୱାରା ଜଣେ ମହିଳା ମାଓ କ୍ୟାଡରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ମାଓ କ୍ୟଡର ଏରିଆ କମିଟି ସଦସ୍ୟା ରୂପିଙ୍କ ବୋଲି ଚିହ୍ନଟ ହୋଇଛି । ରୁପି DKSZC ସଦସ୍ୟ ବିଜୟ ରେଡ୍ଡିଙ୍କ ପତ୍ନୀ । ଯାହାଙ୍କ ମୃତଦେହ ୨୦୧୫ ମାନପୁର-ମୋହଲାରେ ଏକ ଏନକାଉଣ୍ଟର ପରେ ଉଦ୍ଧାର କରାଯାଇଥିଲା । ଏହାପରେ ରୁପି ବସ୍ତର ଅଞ୍ଚଳରେ ରହିଯାଇଥିବା ଶେଷ ସକ୍ରିୟ ତେଲୁଗୁ ମାଓବାଦୀ କ୍ୟାଡର ଥିଲା । ମୃତଦେହ ସହ ଏକ ପିସ୍ତଲ, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।

Latest Posts

Don't Miss