spot_img

Latest Posts

ପୋଲିସ ବାବୁଙ୍କ ବିରୋଧରେ ସଂଗୀନ ଅଭିଯୋଗ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା । ଏକ ମାମଲାର ରଫାଦଫା ପାଇଁ ଏସ୍‌ଡିପିଓ ହ୍ଵାଟ୍ସଆପରେ ତାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଉଛନ୍ତି, ଖରାପ ଉଦ୍ଦେଶ୍ୟ ରଖି ବିଭିନ୍ନ ଜାଗାକୁ ଡାକୁଛନ୍ତି। ମହିଳା ଜଣକ ଡିଜିଙ୍କ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଓ ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଗତ ବର୍ଷ ଜୁଲାଇ ୩ ତାରିଖର ଏକ ଗଣ୍ଡଗୋଳକୁ ନେଇ ଥାନାରେ ମାମଲା ହୋଇଥିଲା। ଏହି ମାମଲାକୁ ନେଇ ଫତେଗଡ଼ JMFC କୋର୍ଟରୁ ଏକ ସମନ୍ ଆସିଥିଲା । ତଦନ୍ତ ସମୟରେ ଏସ୍‌ଡିପିଓ ଖରାପ ଉଦ୍ଦେଶ୍ୟ ରଖି କଥା ହୋଇଥିବା ଓ ଏକ ହୋଟେଲକୁ ଡାକିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ରାଜି ନ ହେବାରୁ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ। ଏହାର ପ୍ରମାଣ ବି ପୀଡ଼ିତାଙ୍କ ପାଖରେ ଅଛି। ତେବେ ଶାରୀରିକ ସମ୍ପର୍କ ନ ରଖିଲେ ମିଥ୍ୟା ମାମଲାରେ ସ୍ବାମୀଙ୍କୁ ଫସାଇ ଦେବାକୁ ଏସଡିପିଓ ଧମକ ଦେଇଥିବା କହିଛନ୍ତି ପୀଡ଼ିତା। କେବଳ ସେତିକି ନୁହେଁ ମିଥ୍ୟା ମାମଲାରେ ପୀଡ଼ିତାଙ୍କୁ ରାତି ସାରା ଥାନାରେ ଅଟକ ରଖି ନିଜ ଉଦ୍ଦେଶ୍ୟ ପୂରଣ କରିବେ ବୋଲି ମଧ୍ୟ ଧମକ ଦେଇଥିବାସେ ଅଭିଯୋଗ କରିଛନ୍ତି। ଏହି ସଂଗୀନ ଅଭିଯୋଗ ନେଇ ଏସଡିପିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଯୋଗାଯୋଗ ହୋଇପାରିନାହିଁ।

Latest Posts

Don't Miss