spot_img

Latest Posts

୨୨ ତାରିଖ ପର୍ଯ୍ୟନ୍ତ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା, ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ…

ପ୍ରବଳ ଖରା ଯୋଗୁଁ ସ୍କୁଲ ଛୁଟି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଆଜିଠୁ ୨୧ ତାରିଖ ଯାଏ ଛୁଟି ଘୋଷଣା କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ୧୮ରୁ ୨୨ ତାରିଖ ଯାଏ, ବଲାଙ୍ଗିରରେ ୧୮ରୁ ୨୧ ତାରିଖ ଯାଏ ଓ ବୌଦ୍ଧରେ ୧୮ରୁ ୨୨ ତାରିଖ ଯାଏ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ପିଲାଙ୍କ ସୁରକ୍ଷାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ କୁହାଯାଇଛି,
୨୨ ତାରିଖ ପର୍ଯ୍ୟନ୍ତ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ତାତିରୁ ମିଳିବନି ନିସ୍ତାର । ଏଭଳି ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ.ସୁରନ୍ଦ୍ର ନାଥ ପଶୁପାଳକ । ଏପରିକି କେତେକ ସ୍ଥାନରେ ପାରଦ ୪୫ ଡିଗ୍ରିରୁ ଅଧିକ ହୋଇପାରେ । IMD, ECMWF ଓ GFS ମଡେଲ ଅନୁଧ୍ୟାନ କରି ସେ ଏହା କହିଛନ୍ତି।
ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ବି କମ୍। ଉତ୍ତର-ପଶ୍ଚିମ ଆଡ଼ୁ ଆସୁଥବା ଶୁଷ୍କ ବାୟୁ, ତାତି ବଢାଇଛି। କେତେକ ସ୍ଥାନରେ ‘ହିଟ୍ ଇଣ୍ଡେକ୍ସ’ ବୃଦ୍ଧି ପାଇ ଅସହ୍ୟ ଗୁଳୁଗୁଳି ହେଉଛି। ଏଥିପାଇଁ ସତର୍କ ରହିବା ପାଇଁ କୁହାଯାଇଛି।

Latest Posts

Don't Miss