ବଲାଙ୍ଗୀର ରେଳ ଷ୍ଟେସନରେ ବୁଲିଲା ଖଣ୍ଡା । ଗାଡି ଓଭରଟେକକୁ ନେଇ ରେଳ ଷ୍ଟେସନରେ ବୁଲିଲା ଖଣ୍ଡା। ଦୃବର୍ତ୍ତଙ୍କ ଖଣ୍ଡା ଓ କାତି ଚୋଟରେ ଯୁବକ ଗୁରୁତର । ଗୁରୁତର ଯୁବକ ସାଲେପାଲିର ସିପୁନ୍ ପରିଡା ବୋଲି ଜଣାପଡିଛି । ଗୁରୁତର ସିପୁନଙ୍କ ସ୍କୁଟିକୁ ଭାଙ୍ଗି ଚୁରମାର କରିଛନ୍ତି ଦୃବୁର୍ତ୍ତ । ଦୀର୍ଘ ସମୟ ଧରି ରେଳ ଷ୍ଟେସନର ଅଟୋଷ୍ଟାଣ୍ଡରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଛନ୍ତି ୪ ଜଣ ଦୃବୁର୍ତ୍ତ । ରେଳୱେ ଥାନା ପଛପଟେ ଦୃବୁର୍ତ୍ତ ମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଜିଆରପି ଥାନା ଠାରୁ ମାତ୍ର ୧୦ ମିଟର ଦୁରରେ ୪ଜଣ ଦୃବୁର୍ତ୍ତ ହାତରେ ମାରଣାସ୍ତ୍ର ଧରି ଯୁବକଙ୍କୁ ହାଣିବା ସହ ସ୍କୁଟିକୁ ଭାଙ୍ଗିଥିଲେ କିନ୍ତୁ ରେଳୱେ ପୋଲିସ ଖବର ପାଇନଥିଲା । ବିଳମ୍ବରେ ରେଳୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆକ୍ରମଣ ପରେ ଛାଡି ଯାଇଥିବା ମାରଣାସ୍ତ୍ର ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ଗାଡି ଓଭରଟେକକୁ ନେଇ ସିପୁନଙ୍କ ବଡ ଭାଇଙ୍କ ସହ ଦୃବୁର୍ତ୍ତ ମାନଙ୍କ ଯୁକ୍ତିତର୍କ ହୋଇଥିଲା ।ଘଟଣାର କିଛି ସମୟ ପରେ ୪ଜଣ ଦୃବୁର୍ତ୍ତ ମାରଣାସ୍ତ୍ର ଧରି ଫେରିଥିଲେ । ଘଟଣା ସ୍ଥଳରେ ଥିବା ସିପୁନକୁ ବଡ ଭାଇ କୁଆଡେ ଗଲା ବୋଲି ପଚାରିବା ସହ ଆତଙ୍କିତ ଭାବେ ଆକ୍ରମଣ କରିଥିଲେ । ଖଣ୍ଡା ଓ କାତି ଚୋଟରେ ସିପୁନ୍ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବା ପରିବାର ଲୋକେ କହିଛନ୍ତି । ଜିଆରର୍ପି ପୋଲିସ ଖଣ୍ଡା ଜବତ କରି ତଦନ୍ତ ଆରମ୍ଭ କରିଛି ।

