ସମ୍ବଲପୁର: ଭିସୁଟରେ ରାଗିଂ ଅଭିଯୋଗ। ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ସିନିଅରମାନ ରାଗିଂ କରିଥିବାର ଅଭିଯୋଗ ହୋଇଛି। ଏଥିପାଇଁ ୪ ଜଣଙ୍କୁ ଜୋରିମାନା କରାଯାଇଛି। ଜଣକୁ ୧୦ ହଜାର ଓ ଅନ୍ୟ ୩ ଜଣଙ୍କୁ ୫ ହଜାର ଲେଖାଏଁ ଜୋରିମାନେ କରାଯାଇଛି। ଆଣ୍ଟି ରାଗିଂ ସେଲ ଓ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଭିଯୋଗ ଅନୁସାରେ ୪ ଜଣ ସିନିଅର ଛାତ୍ର ଜଣେ ଜୁନିଅର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ। ଏହାକୁ ନେଇ ସିନିୟରମାନେ ସେହି ଜୁନିଅର ପିଲାକୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ତେଣୁ ଏହି ଆକ୍ସନ ନିଆଯାଇଥିବାର ସୂଚନା ଦେଇଛନ୍ତି ଭିସୁଟ କୁଳପତି ଦୀପକ ସାହୁ।

