spot_img

Latest Posts

ଆମେରିକା-ଇରାନ କଥାବାର୍ତ୍ତା ଫେଲ ପରେ ବି ବନ୍ଦ ହୋଇନି ଶାନ୍ତି ପ୍ରକ୍ରିୟା ଫେରାଇଆଣିବାର ବାଟ

ଇସଲାମାବାଦରେ ଆମେରିକା-ଇରାନ କଥାବାର୍ତ୍ତା ଫେଲ ହେବା ପରେ ବି ବନ୍ଦ ହୋଇନି ଶାନ୍ତି ପ୍ରକ୍ରିୟା ଫେରାଇଆଣିବାର ବାଟ। ଓମାନରେ କଥାବାର୍ତ୍ତା ପରେ ପୁଣି ଇସଲାମାବାଦ ଗସ୍ତରେ ଯାଇପାରନ୍ତି ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି। ଏହା ଛଡ଼ା ସେ ରୁଷ ଗସ୍ତରେ ଯାଇ ଶାନ୍ତି କଥାବାର୍ତ୍ତାର ମାର୍ଗ ଖୋଲିବା ଲାଗି ଉଦ୍ୟମ କରିବେ ବୋଲି ସୂଚନା ମିଳିଛି। ଇସଲାମାବାଦରେ ସେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଇସଲାମାବାଦକୁ ଆମେରିକୀୟ ପ୍ରତିନିଧି ନଆସିବା ଯୋଗୁ କଥାବାର୍ତ୍ତା ସମ୍ଭବ ହୋଇପାରି ନଥିଲା। ଇସଲାମାବାଦ ଗସ୍ତ କାଳରେ ସେ ପାକ୍ ଆର୍ମିଚିଫ ଅସୀମ ମୁନୀର ଓ ବୈଦେଶିକ ମନ୍ତ୍ରୀ ଇଶାକ ଦରଙ୍କ ସହ ଆଲୋଚନା କରିଥିଲେ। ସେପଟେ ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେଉଁ ଯୋଜନା କରିଥିଲେ ତାହାକୁ ବାତିଲ କରିଛନ୍ତି। ପାକିସ୍ତାନ ମଧ୍ୟସ୍ଥତାରେ ଇସଲାମାବାଦରେ ହେବାର ଥିଲା ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା। ଏଥିପାଇଁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ନେତୃତ୍ଵରେ ଏକ ଟିମ୍ ଇସଲାମାବାଦ ଆସିଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ସରିଫ ଓ ସେନା ମୁଖ୍ୟ ମୁନିରଙ୍କୁ ଭେଟିଥିଲେ। ସେମାନଙ୍କ ସହିତ ଆଲୋଚନା କରି ନିଜ ଦେଶକୁ ସଂଧ୍ୟାରେ ଫେରି ଯାଇଥିଲେ।

Latest Posts

Don't Miss