spot_img

Latest Posts

ହେଲେ ଚତୁର୍ଥୀ ପୂର୍ବରୁ ବର ଘରୁ କନ୍ୟାକୁ ଉଠାଇ ଆଣିଲା ଚାଇଲ୍ଡ ଲାଇନ

ସରିଥିଲା ବାହାଘର, ରାତିରେ ହୋଇଥାନ୍ତା ଚତୁର୍ଥୀ । ହେଲେ ଚତୁର୍ଥୀ ପୂର୍ବରୁ ବର ଘରୁ କନ୍ୟାକୁ ଉଠାଇ ଆଣିଲା ଚାଇଲଡ଼ ଲାଇନ। ପୋଲିସ ସହାୟତାରେ ଚାଇଲଡ଼ ଲାଇନ ଟିମ ନାବାଳିକାକୁ ଉଦ୍ଧାର କରି CWCରେ ହାଜର କରିଛି। CWC ପକ୍ଷରୁ ନାବାଳିକାକୁ କାଉନସେଲିଂ କରାଯାଇ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଛି। ଘଟଣା ଘଟିଛି ନୟାଗଡ଼ ଇଟାମାଟି ଥାନା ଡେଙ୍ଗେରାଗୋଡି ଗାଁରେ ।ସୂଚନା ଅନୁଯାୟୀ ଦିଲ୍ଲୀପ କୁମାର ପରିଡା ଭାପୁର ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ କରି ଚତୁର୍ଥୀ ପାଇଁ ପ୍ରସ୍ତୁତି କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚାଇଲଡ଼ ଲାଇନ ଟିମ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରିଛି। ପୋଲିସ ଏବଂ ଚାଇଲଡ଼ ଲାଇନ ଟିମ କୁ ଦେଖି ଘଟଣା ସ୍ଥଳରୁ ଅଭିଯୁକ୍ତ ଦିଲ୍ଲୀପ କୁମାର ପରିଡା ଫେରାର ହୋଇଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ନୟାଗଡ଼ ବ୍ଲକ CDPO କହିଛନ୍ତି। ବାଲ୍ୟ ବିବାହ ପାଇଁ ନୟାଗଡ଼ ଜିଲ୍ଲା ଚର୍ଚ୍ଚାରେ ରହିଥିବା ବେଳେ ଜଣେ ଅଙ୍ଗନ ବାଡ଼ି ହେଲପର ନିଜ ପୁଅଙ୍କୁ ଜଣେ ନାବାଳିକାଙ୍କ ବିବାହ କରିବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।

Latest Posts

Don't Miss