ବିଷାକ୍ତ ଦହିବରା ଖାଇ ୩୦ ଅଧିକ ଲୋକ ଅସୁସ୍ଥ। ଯାଜପୁର ଦଶରଥପୁର ବ୍ଲକ ଜୟନ୍ତରା ପଂଚାୟତ ପାଟପୁର ଗ୍ରାମରେ ଘଟିଛି ଘଟଣା। ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଅଧିକ ଶିଶୁ ଅଛନ୍ତି।

