spot_img

Latest Posts

ଭୁବନେଶ୍ୱର ସାଲିଆସାହିରେ ପୁଣି ଉଚ୍ଛେଦ

ଭୁବନେଶ୍ୱର ସାଲିଆସାହିରେ ପୁଣି ଉଚ୍ଛେଦ । ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି ।। ପୋଲିସ ଉପସ୍ଥିତିରେ BMC ଓ BDA ପକ୍ଷରୁ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏକାମ୍ର କାନନ ନିକଟରେ ଥିବା ପ୍ରାୟ ୮୧ଟି ଘର ଆଜି ଭଙ୍ଗାଯିବାର ପ୍ଲାନ ରହିଛି । ଏହି ଅଞ୍ଚଳ ଦେଇ ଯାଇଥିବା ୨୦୦ ଫୁଟିଆ ମୁଖ୍ୟ ରାସ୍ତା ନିର୍ମାଣରେ ଏହି ଘରଗୁଡ଼ିକ ପ୍ରତିବନ୍ଧକ ସାଜିଥିଲେ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୦୦ରୁ ଅଧିକ ଘର ଉଚ୍ଛେଦ କରାଯାଇ ସାରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୦ ରୁ ଅଧିକ କର୍ମଚାରୀ,୬ ପ୍ଲାଟୁନ ପୋଲିସ ଫୋର୍ସ ଉଚ୍ଛେଦ ପ୍ରକ୍ରିୟା ସାମିଲ ଅଛନ୍ତି । ଅନ୍ୟପଟେ ବୁଦ୍ଧ ବିହାରରେ ସରକାର ଯେଉଁ ଘର ଯୋଗାଇ ଦେଉଛନ୍ତି ତାହା ବହୁତ ଛୋଟ ତେଣୁ କେମିତି ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ଏତେ ଛୋଟ ଘରେ କେମିତି ରହିବୁ ବୋଲି ଲୋକ ପ୍ରଶ୍ନ କରିଛନ୍ତି ବସ୍ତିବାସିନ୍ଦା। ଭଙ୍ଗା ଯାଉଥିବା ବସ୍ତି ଲୋକମାନଙ୍କର ଆସବାବପତ୍ର ସ୍ଥାନାନ୍ତରିତ ପାଇଁ ବିଡିଏ ପକ୍ଷରୁ ଗାଡ଼ି ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା କେହି ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ସାଲିଆ ସାହି ବସ୍ତି ଲୋକ ।

Latest Posts

Don't Miss